ୟୁଥ୍ ୟୁନାଇଟେଡ କ୍ଲବ୍ ପାଳନକଲା ସ୍ଵାଧୀନତା ଦିବସ ଏବଂ ଆୟୋଜନ କଲା ରକ୍ତଦାନ ଶିବିର
ଦଶପଲ୍ଲା: 15/08/2021: ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରା ଗ୍ରାମ ପଂଚାୟତ ର ୟୁଥ୍ ୟୁନାଇଟେଡ ଯୁବକ ସଂଘ ଅନୁଷ୍ଠିତ କଲା ସ୍ଵାଧୀନତା ଦିବସ ଉପଲକ୍ଷେ ରକ୍ତ ଦାନ ଶିବିର ଏବଂ ନୂତନ କ୍ଲବ୍ ଘର ପାଇଁ ଦିଆଗଲା ଶୁଭ ।ଆଜି ଏହି ରକ୍ତଦାନ ଶିବିର ରେ ୫୨ୟୁନିଟ ରକ୍ତ ସଂଗ୍ରହ ହେଇଥିଲା । ଏହି ରକ୍ତ ଦାନ ଶିବିର ର ଆଯୋଜକ ୟୁଥ୍ ୟୁନାଇଟେଡ ଯୁବକ ସଂଘ ଥିବା ବେଳେ ଏହି ରକ୍ତଦାନ ଶିବିର ରେ ଯୋଗ ଦେଇଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।ସେ ପ୍ରଥମେ କ୍ଲବ୍ ର ନୂତନ ଗୃହ ର ଶୁଭ ଦେଇଥିବାବେଳେ,ପରେ ରକ୍ତଦାନ ଶିବିର ରେ ପହଞ୍ଚିଥିଲେ ।ଏବଂ ତାଙ୍କ ସହ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ , ସାଂସଦ ପ୍ରତିନିଧି ପ୍ରସନ୍ନ କୁମାର ସାହୁ ଦଶପଲ୍ଲା , ବ୍ଲକ୍ ଉପାଧକ୍ଷ ବସନ୍ତ କୁମାର ସାହୁ, ଟାକରା ପଂଚାୟତ ସରପଞ୍ଚ ସଂଯୁକ୍ତା ନାଏକ ଉପସ୍ଥିତ ଥିଲେ । ଏହି ରକ୍ତ ଦାନ ଶିବିର ଟି ଟାକରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଠିତ ହେଇଥିଲା। ପ୍ରାୟ ୭ ଘଣ୍ଟା ଧରି ଏହି ଶିବିର ଚାଲିଥିଲା।ରକ୍ତ ଅଭାବ ଜନିତ ସମସ୍ୟାକୁ ଦୂର କରିବା ପାଇଁ ୟୁଥ୍ ୟୁନାଇଟେଡ ଯୁବକ ସଂଘ ପକ୍ଷରୁ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ନିର୍ବାଚିତ ସରପଞ୍ଚ ଆୟୋଜିତ କଲେ ରଜ ପର୍ବ |
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |