ନୟାଗଡ ଜିଲ୍ଲା ଦଶପଲ୍ଲା ଡିଜିଟାଲ ମିଡ଼ିଆ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ |
ଦଶପଲ୍ଲା : 15/08/2021: ଦଶପଲ୍ଲା ଡ଼ିଜିଟାଲ ମିଡ଼ିଆ ଆସୋସିଏସନ ତରଫରୁ 75ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି | ଏହି କାର୍ଯ୍ୟକ୍ରମକୁ ସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିବା ସହ କିପରି ଆମେ ସ୍ୱାଧୀନତା ପାଇଲେ ତାହା ଉପରେ ଅବିଭାଷଣ ଦେଇଥିଲେ | ତାଙ୍କ ସହ ସମ୍ମାନନୀୟ ଅତିଥିଭାବେ ବରିଷ୍ଠ ସମାଜସେବୀ ତଥା ନାଟ୍ୟକାର ଶ୍ରୀଯୁକ୍ତ ଶରତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ ଦେଶ ସ୍ୱାଧୀନତା ପୂର୍ବ ଅତୀତର ଘଟଣାବଳୀ ସମ୍ପର୍କରେ ଅଭିବ୍ୟକ୍ତ ଉପସ୍ଥାପନ କରିବା ସହ କିପରି ଆମେ ଦେଶର ମାନ ସମ୍ମାନକୁ ସାରା ବିଶ୍ୱରେ ଉଜ୍ଜୀବିତ ରଖିପାରିବା ତାହା ଉପରେ ଆଲୋକପାତ କରିଥିଲେ ଓ ଦଶପଲ୍ଲା ଅଞ୍ଚଳର ବିକାଶ ପାଇଁ ସର୍ବଚେଷ୍ଟିତ ଓ ବିକାଶର ରଥ ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଶ୍ରୀହରି ନାୟକ ଓ ଯୁବ ନେତା ତଥା ଯୁବ ଉଦ୍ୟୋଗୀ ଦଶପଲ୍ଲା ପଞ୍ଚାୟତ ସମିତିର ଉପ-ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ଡିଜିଟାଲ ମିଡ଼ିଆ ସଂଘକୁ ଶୁଭେଚ୍ଛା ବାର୍ତ୍ତା ଦେବା ସହ ସଂଘର ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ | ତାସହ ସଂଘର ସମସ୍ତ (ସାମ୍ବାଦିକ) ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।
More Stories
“ମୁଁ ନୂଆ ଜଏନ କରିଛି ଉପ ବ୍ଲକ ଅଧିକାରୀ ଯାହା କହିବେ ଆମେ କରିବୁ |” RTI ରେ ମିଳୁନି ତଥ୍ୟ. …
ଶେଷ ହେଲା ଅସୁରେଶ୍ଵର ଦଧିବାମନଜୀଉଙ୍କ କପିଧ୍ୱଜ ରଥ ନିର୍ମାଣ କାର୍ଯ୍ୟ |
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?