NK NEWS ODISHA

News agency Odisha

ଓଡଗାଁ ରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ପର୍ଯ୍ୟଟନ ମନ୍ତ୍ରୀ

Spread the love

ଓଡଗାଁ ରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ପର୍ଯ୍ୟଟନ ମନ୍ତ୍ରୀ

ଓଡଗାଁ :08/07/2021(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ): ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ଓଡିଶା ଭାଷା ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଜୋତି ପ୍ରକାଶ ପାଣିଗ୍ରାହୀ ନୟାଗଡ ଜିଲ୍ଲା କୁ ଦୁଇଦିନିଆ ଆସିଛନ୍ତି |ତେବେ ଆଜି ଦିବା 2 ଘଂଟିକା ସମୟରେ ବୁଗୁଡ଼ାରୁ ମନ୍ତ୍ରୀ ନୟାଗଡ ଜିଲ୍ଲା ଓଡଗାଁ ରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିବା ଜଣାଯାଉଛି |

ଓଡଗାଁ ରେ ନିର୍ମାଣ ହୋଇଥିବା ରାମସାଗର ପାର୍କ ବୁଲି ଦେଖିବା ସହ ଏହାର ବିକାଶ ଉପରେ ଆଲୋଚନା କରିଛନ୍ତି |ସେହିଭଳି ଭାବେ ଓଡଗାଁ ର ପ୍ରସିଦ୍ଧ ରଘୁନାଥ ମନ୍ଦିରର ବିକାଶ ନିମନ୍ତେ ମନ୍ତ୍ରୀ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ସହ ବିସ୍ତୃତ ଆଲୋଚନା କରିଥିବା ସୂଚନା ମିଳିଛି | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସୁବାସଚନ୍ଦ୍ର ରାୟ, ଓଡଗାଁ ତହସିଲଦାର ବିଜୟୀତା ସାମନ୍ତସିଂହାର, ବିଡ଼ିଓ ସ୍ଵାତିଲେଖା ଦାସ, ଏନଏସି ନିର୍ବାହୀ ଅଧିକାରୀ ସ୍ଵାତି ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିବା ଜଣାଯାଇଛି |

%d