ନିଆଁ ଲାଗି ତିନି ବଖରା ଘର ପୋଡ଼ି ପାଉଁଶ ।
ନୂଆଗାଁ : 06/07/2021(ରିପୋର୍ଟ :ନିରଞ୍ଜନ ସାହୁ): ବୋଝ ଉପରେ ନଳିତା ବିଡା ଭଳି ଚଡ଼କ ପଡିଛି ଆଦିବାସୀ ଲୋକଙ୍କ ଉପରେ | ଏମିତିକା ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଆଦିବାସୀ ବହୁଳ ପାରାଢୀପି ପଂଚାୟତ କଣ୍ଟିଆମ୍ବା ଗାଁ ରେ | ଦିବା ତିନଟା ସମୟରେ ଆକସ୍ମିକ ଭାବେ ନିଆଁ ଲାଗି ଭସ୍ମୀଭୂତ ହୋଇଛି ତିନି ବଖରା ଘର | ବିଚିକା ମଳିକ , ମିନକେତନ ମଳିକଙ୍କ ଘରେ ନିଆଁ ଲାଗି ଘରର ସମସ୍ତ ଆସବାବପତ୍ର ସହ ସୁନା ରୂପା କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି |
ଖବର ପାଇ ନୂଆଗାଁ ଅଗ୍ନି ସମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ | କିନ୍ତୁ ଅଂଚଳର ଲୋକପ୍ରିୟ ସମାଜସେବୀ ସୁଶାନ୍ତ କୁମାର ନାୟକ ପହଂଚି ଲୋକଙ୍କ ସମସ୍ୟା ବୁଝିବା ସହିତ ସାହାଯ୍ୟ ର ହାତ ବଢ଼େଇଥିଲେ । ଏଥିସହ ପଂଚାୟତ ଯୁବ ସମାଜସେବୀ ବିଭୁତି ଭୁଷଣ ପ୍ରଧାନ ଓ ଭଗବାନ ସାହୁ ପହଂଚି ଲୋକଙ୍କ ସମସ୍ୟା ବୁଝୁଥିବାରୁ ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି |
ସେହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଜନସାଧାରଣ ଅନୁରୋଧ କରିଛନ୍ତି ।
More Stories
ନିର୍ବାଚିତ ସରପଞ୍ଚ ଆୟୋଜିତ କଲେ ରଜ ପର୍ବ |
ବୁଲୁଣ୍ଡା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସମାଜସେବୀ ଶ୍ରୀହରି ନାୟକ
ଓଡଗାଁର ଶ୍ରୀ ମହାବୀର ମନ୍ଦିର ଲୋକାର୍ପିତ