ଶନିଶ୍ଚର ମନ୍ଦିର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ।
ନୂଆଗାଁ : 25/08/2021(ରିପୋର୍ଟ : ନିରଞ୍ଜନ ସାହୁ ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ବେରୁଆଁବାରୀ ଗ୍ରାମପଂଚାୟତର ବନ୍ଧାମୁହିଁ ଗ୍ରାମରେ ଶନିଶ୍ଚର ମନ୍ଦିର ରତ୍ନମୁଦ ଉତ୍ସବ ବଡ଼ ଆଡମ୍ବରରେ କୋରନା କଟକଣା ନିୟମ ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀ ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ଭକ୍ତିମୟ ପରିବେଶ ଭିତରେ ପୋଖରୀ ପ୍ରାଙ୍ଗଣରେ ମନ୍ଦିର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ପଣ୍ଡିତ ସାନ୍ତନୁ ଦାଶ, ଗଦାଧର ମିଶ୍ର ,ଦିବାକର ପ୍ରହରାଜ ବୁଲୁ ମିଶ୍ର ଓ ସରୋଜ ମିଶ୍ର ହୋମଯଜ୍ଞ କାର୍ଯ୍ୟରେ ଥୀବାବେଳେ ଅଂଚଳରେ ଭକ୍ତୀମୟ ପରିବେଶ ସୁଷ୍ଟି ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ନୂଆଗାଁ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ଯୋଗ ଦେଇଥିଲେ । ଗ୍ରାମର ସଭାପତି କବିରାଜ ବେହେରା, ସୋମନାଥ ସାହୁ, ସଞ୍ଜୀବ କୁମାର ବେହେରା, ସନାତନ ବେହେରାଙ୍କ ସହ ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ |
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |
ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମହିଳା |