NK NEWS ODISHA

News agency Odisha

ଆଡକଟା ଆଶ୍ରମରେ ଜଗନ୍ନାଥ ଦଳ ତରଫରୁ ଗୀତା ଯଜ୍ଞ ଓ ଭାଗବତ ପୁସ୍ତକ ବଣ୍ଟନ

Spread the love

ଗଣିଆ : 05/08/2021(ରିପୋର୍ଟ : ମାନସ ରଞ୍ଜନ ଦାଶ): ଗଣିଆ ଆଡକଟା ସ୍ଥିତ ଆଶ୍ରମରେ ଜଗନ୍ନାଥ ଦଳ ତରଫରୁ ଭାଗବତ ମହାପୁରାଣ ପୁସ୍ତକ ବିତରଣ କରାଯାଇଛି, ଏଥିରେ ଆଖ ପାଖ ଅଞ୍ଚଳର ପ୍ରାୟ ଶତାଧିକ ସାଧୁ ସନ୍ଥ, ଭକ୍ତ ଶ୍ରଦ୍ଧାଳୁ ମାନେ ଯୋଗଦେଇ ଥିଲେ, ଏହି ଭାଗବତ ବିତରଣ କାର୍ଯ୍ୟକ୍ରମ ରେ ଦଳର ମାର୍ଗଦର୍ଶକ ସନ୍ଥ ସେବକ ଭକ୍ତ ପ୍ରଭୁ ଜୀ ଲଲିତ ନାରାୟଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଦିନ ଭାଗବତ ପଡ଼ିବା ପାଇଁ ଉପସ୍ଥାପିତ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ |

ଏହି ଅବସରରେ ଗୀତା ଯଞ୍ଜ, ପ୍ରବଚନ, ଯୋଗଜ୍ଞାନ, ଗୋଷ୍ଠୀ ଆଲୋଚନ, ପରେ ପ୍ରସାଦ ବିତରଣ କରାଯାଇଥିଲା, କାର୍ଯ କ୍ରମକୁ କୃଷ୍ନ ମହାରାଜ, ପରିଚାଳନା କରିଥିବା ବେଳେ ରାଜୁ ବାବା ସଭାପତି ଓ ନନ୍ଦ ସାହୁ କର୍ତ୍ତା ଭାବେ କାର୍ଯ ତୁଲାଇ ଥିଲେ, ଏହି ଭାଗବତ ବିତରଣ କାର୍ଯ୍ୟକ୍ରମ ରେ ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ, ଶେଷରେ ଗୌରାଙ୍ଗ ବାବା ଧନ୍ଯ ବାଦ ଦେଲେ

%d