ସାଳନ୍ଦୀ ନଦୀରୁ ବୃଦ୍ଧଙ୍କ ମୃତ୍ୟୁଦେହ ଉଦ୍ଧାର
ଭଦ୍ରକ: 04/08/2021(ରିପୋର୍ଟ : ସମୀର ମହାନ୍ତି): ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଓଲଙ୍ଗ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମ ସାଳନ୍ଦୀ ପୋଲ ନିକଟରେ ବୃଦ୍ଧଙ୍କ ମୃତଦେହ ଭାସୁଥିବାର ସୂଚନା ମିଳିଥିଲା।ସ୍ଥାନୀୟ ଗ୍ରାମବାସୀମାନେ ଏହାକୁ ଦେଖି ଭୟଭୀତ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚ ଓ ପୋଲିସକୁ ଖବର ଦେବା ପରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡ଼ିକାଲକୁ ପଠାଇଛି । ତେବେ ସୂଚନୁଯାଇ ଗୋବିନ୍ଦପୁର ଗ୍ରାମର ସମସୁଦୀନ ସାହା ନାମକ ବୟସ (୬୧) ପିତା ହମିଦ ସାହା ଦୁଇ ଦିନ ପୂର୍ବରୁ ନିଖୋଜ ଥିଲେ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ପାଇନଥିଲେ ଆଜି ସ୍ଥାନୀୟ ଲୋକେ ପୋଲ ପାଖରେ ଭାସୁଥିବାର ଦେଖିଥିଲେ। ମୃତ୍ୟୁ ର ରହସ୍ୟ ଜଣା ପଡିନଥିବା ବେଳେ ଅଧିକ ତଥ୍ୟ ପାଇଁ ଅନୁସନ୍ଧାନ ଜାରି ରହିଛି।
More Stories
ଓଡ଼ିଆ ସିରିଏଲ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଅଭିଯୋଗ !
ବଜ୍ରପାତରେ ଗୋଟିଏ ପରିବାରର ଚାରିଜଣ ମୃତ !
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?