NK NEWS ODISHA

News agency Odisha

ମିଠା କଥା କହି ନେଇଗଲେ କିଡିନ ।

Spread the love

ମିଠା କଥା କହି ନେଇଗଲେ କିଡିନ ।

ନୂଆଗାଁ : 15/07/2021(ରିପୋର୍ଟ : ନିରଞ୍ଜନ ସାହୁ ): ପ୍ରତିଶ୍ରୁତି ଦେଇ ଠକିଦେଲେ ପ୍ରଧାନ ଶିକ୍ଷକ | ରୋଗାକ୍ରାନ୍ତ ପ୍ରଧାନ ଶିକ୍ଷକ ଓ ତାଙ୍କ ପରିବାର ଏକ ଅସହାୟ ଗରିବ ବେକାରୀ ଯୁବକଙ୍କୁ 15 ଲକ୍ଷ ଟଙ୍କା ଓ ସରକାରୀ ପିଅନ ଚାକିରି ଦେବାକୁ କହି କିଡିନ ପ୍ରତ୍ୟାରୋପଣ କରିଦେଲେ । ଆଉ କାମ ସରିବା ପରେ ପ୍ରତିଶ୍ରୁତିକୁ ଭୁଲିଗଲେ । ଓଡ଼ଗାଁ ବ୍ଲକ ସାମ୍ବାଦିକ ସଂଘ ବୈଠକ ଚାଲିଥିବା ବେଳେ ଖବର ପାଇ ଏକ ପରିବାର ଆସି ସାମ୍ବାଦିକ ମାନଙ୍କୁ ତାଙ୍କ ଦୁଖଭରା କାହାଣୀ କୋହଭରା କଣ୍ଠରେ କହିଥିଲେ |

ଏହି ପରିବାର ହେଉଛନ୍ତି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁରାଳ ଗ୍ରାମର ରଜତ ନାଏକ | 2010 ମସିହାରେ ତାଙ୍କର ବାହାଘର ହୋଇଥିଲା । ରୋଜଗାର ନଥିବାରୁ ନାହିଁ ଅସୁବିଧାରେ ଚଳୁଥିଲେ |

କିନ୍ତୁ ସେହି ଗ୍ରାମର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିନାଥ ପ୍ରଧାନଙ୍କ ଦେହ ଖରାପ ହେବାରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଏକ କିଡନୀ ଦରକାର ପଡିଲା | ଫଳରେ ରଜତ ନାୟକ ଙ୍କୁ ମିଠା କଥା କହି ଏକ ସରକାରୀ ପିଅନ ଚାକିରି ସହ 15 ଲକ୍ଷ ଟଙ୍କା ଲୋଭ ଦେଖାଇ ଥିଲେ ପ୍ରଧାନ ଶିକ୍ଷକ ବୋଲି ରଜତ ପ୍ରକାଶ କରିଛନ୍ତି ।

ରଜତଙ୍କ ସ୍ତ୍ରୀ ବାପଘରକୁ ଚାଲିଯିବା ପରେ 2011ମସିହାରେ ରଜତ ଲୋଭରେ ରାଜିହୋଇ ଚାଲିଯାଇଥିଲେ କିଡିନ ଦେବାକୁ । କିନ୍ତୁ କାମ ସରିବାପରେ ପ୍ରଧାନ ଶିକ୍ଷକ ଭୁଲିଗଲେ ରଜତକୁ | ଏବେ ରଜତ କାମଧନ୍ଦା କରିପାରୁ ନଥିବା ବେଳେ ପରିବାର ଚଳେଇବା କାଠିକର ପାଠ ହୋଇପଡିଛି | ତାଙ୍କର ପରିବାର କହିଲେ ସ୍ତ୍ରୀ ଓ ଗୋଟିଏ ଝିଅ । ଏହି ବିଷୟରେ ପ୍ରଧାନ ଶିକ୍ଷକ ଙ୍କୁ ଯୋଗାଯୋଗ କରିଥିଲୁ | ସେ କହିଥିଲେ ସେ ତାଙ୍କ ଆଡୁ କିଡନୀ ଦେଇଥିଲେ ତାଙ୍କୁ ମୁଁ ଦୁଇଲକ୍ଷ ଟଙ୍କା ଦେଇଛି । କିଛି ଖଳପ୍ରକୁତିର ଲୋକଙ୍କ ବୁଦ୍ଧିରେ ପଡ଼ି ସେ ଏହିଭଳି ଅଭିଯୋଗ ଆଣିଛନ୍ତି । ସେ ଯାହାହେଉ କିନ୍ତୁ ଏହି ବିଷୟ ସେଅଂଚଳରେ ଚର୍ଚ୍ଚାର ବିଷୟ ଅଛି |

%d