NK NEWS ODISHA

News agency Odisha

ମହିଳା ନିଖୋଜ ଓ ହତ୍ୟା ସନ୍ଦେହରେ ଥାନା ଘେରାଉ

Spread the love

ମହିଳା ନିଖୋଜ ଓ ହତ୍ୟା ସନ୍ଦେହରେ ଥାନା ଘେରାଉ

ଓଡଗାଁ : 12/08/2021(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ ଓ ନିରଞ୍ଜନ ସାହୁ): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଘେରାଉ କଲେ ଶତାଧିକ ମହିଳା ଓ ପୁରୁଷ । ଖବରରୁ ପ୍ରକାଶ ଜଣେ ମହିଳା ନିଖୋଜ ହୋଇଥିବା ବେଳେ ମହିଳାଙ୍କ ହତ୍ୟା ସନ୍ଦେହରେ ପରିବାର ଓ ଗ୍ରାମବାସୀ ଶରଣକୁଳ ଥାନା ଘେରାଉ କରିଛନ୍ତି ।
ଅଭିଯୋଗ ଅନୁଯାୟୀ ଶରଣକୁଳର ଜଗବନ୍ଧୁ ସାହୁ ପୁଅଙ୍କ ସହିତ ରଣପୁରୁ ଥାନା ଗୋଡିପଡା ଗ୍ରାମର ପ୍ରଫୁଲ୍ଲ ସାହୁଙ୍କ ଝିଅର ଦୁଇମାସ ତଳେ ବୈଦିକ ନୀତି ଅନୁସାରେ ବିବାହ ହୋଇଥିଲା । ବିବାହ ପରେ ରୋଜାଲିନିଙ୍କ ସହ ଅନ୍ୟ ଏକ ପୁଅଙ୍କ ସହିତ ଆପତି ଜନକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ନେଇ ଶଶୁର ଥାନାରେ ଏତଲା ଦେଇଥିଲେ। ଥାନା ଅଧିକାରୀ ତଦନ୍ତ କରି ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ରବିବାର ଦିନ ବୋହୁ ହଠାତ୍ ଘରୁ ନିଖୋଜ ହୋଇଥିବା ନେଇ ଶଶୁର ପୁଣି ଏକ ଏତଲା ଥାନାରେ ଦେଇଥିଲେ । ନିଖୋଜ ଘଟଣାକୁ ନେଇ ଝିଅର ପରିବାର ଓ ଗ୍ରାମବାସୀ ଶରଣକୁଳ ଥାନା ଘେରାଉ କରିଥିବା ସହିତ ଝିଅଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଖବର ପାଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶରଣକୁଳ ଥାନାରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡିଛି ।

%d