ସାହାରା ଇଣ୍ଡିଆ ଓଡଗାଁ କାର୍ଯ୍ୟାଳୟ : ଥରେ ଟଙ୍କା ଜମାକଲେ ଆଉ ମିଳୁନି !
ନୟାଗଡ : 04/08/2021(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ ): ବହୁତ ଆଶା ନେଇ ନିଜର କଷ୍ଟ ଅର୍ଜିତ ଟଙ୍କା ଜମା କରିଥିଲେ ଓଡଗାଁ ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ | 5/10ବର୍ଷର ଅବଧି ପୂରଣ ହୋଇଯାଇଥିଲେ ବି ମିଳିଲାନି ଜମା ଟଙ୍କା | କିଏ ଝିଅ ବାହାଘର ପାଇଁ ରଖିଥିଲା ତ ଆଉ କିଏ ଘର ତିଆରି ପାଇଁ ନିଜ ରୋଜଗାରରୁ କିଛି କିଛି ଜମା କରିଥିଲା | ହେଲେ ସବୁ ସ୍ବପ୍ନ ସ୍ବପ୍ନରେ ରହିଗଲା | ଟଙ୍କା ଆଣିବାକୁ ଯାଇ ଟଙ୍କା ତ ପାଇନଥିଲେ, ପାଇଥିଲେ କେବଳ ଖଣ୍ଡିଏ କାଗଜ | ଫୁସୁଲା ଫୁସୁଲି କରି ଉକ୍ତ ଟଙ୍କାକୁ ଅନ୍ୟ ଏକ ଯୋଜନାରେ ଜମା କରିଦେଇ କାଗଜ ଖଣ୍ଡିଏ ଧରାଇ ଦେଉଛନ୍ତି ଜମାକାରୀଙ୍କୁ | ବିଚରା ଜମାକାରୀ ଅନ୍ୟ ଉପାୟ ନପାଇ ସେହି କାଗଜ ଖଣ୍ଡିକ ଧରି ଫେରି ଆସୁଛି ଘରକୁ | କେବଳ ଆଗାମୀ ମ୍ୟାଚୁରିଟ ତାରିଖ ପାଇଁ ହିସାବ କରୁଛି ସେ କେତେ ଟଙ୍କା ପାଇବ | ହେଲେ ସେହି ଦିନ ବି ସେହି ସମାନ ଘଟଣା | ଜମାକାରୀଙ୍କ ଉଠାଣ ଟଙ୍କା ପୁଣି ଆଉ ଏକ ଯୋଜନାରେ ଜମା ହେଉଛି |
ଏହା ଗପ ନୁହେଁ ଦର୍ଶକ ବନ୍ଧୁ | ଏହା ଏକ ରିଅଲ ଘଟଣା | ଅନେକ ଜମାକାରୀଙ୍କ ଟଙ୍କା ଆଉ ଘରକୁ ଫେରୁନି | ଲୋକପ୍ରଚାରକୁ ଦୁଷ୍ଟିରେ ରଖି ହାତ ଗଣତି କେତେକ କ୍ଷୁଦ୍ର ଜମା ଲୋକଙ୍କ ଦିଆଯାଉଛି | ହେଲେ ସିଂହ ଭାଗ କେବଳ କାଗଜ ପାଉଛନ୍ତି | ଯେଉଁ କାଗଜର କିଛି ମୂଲ୍ୟ ନାହିଁ | ଯଦି କାହାର ଚିକିତ୍ସା ପାଇଁ ଜରୁରୀ ଟଙ୍କା ଦରକାର ପଡେ, ସିଏ କଣ ଏ କାଗଜରେ କେଉଁଠୁ ଋଣ ଆଣିପାରିବ? ତେବେ କେଉଁ ସ୍ୱାର୍ଥରେ ସେ ନିଜ ଅର୍ଜିତ ଟଙ୍କା ଜମା କରୁଛି ? ଆଜିବି ସାହାରା ଇଣ୍ଡିଆ ତରଫରୁ ଜମାକାରୀଙ୍କୁ ଟଙ୍କା ଦେଉଥିବା ଦାବି କରୁଛି |
ଏମିତି ଆଜି ଏକ ଘଟଣା ଓଡଗାଁ ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି | ଗୁମର ଆଜି ପଦାରେ ପଡିଛି। ଗରିବ ଲୋକମାନଙ୍କ ଠାରୁ ଚିକ୍କଣ କଥା କହି ସଞ୍ଚୟ କରାଉଥିବା ପ୍ରତିନିଧି କଥା କହିଲେନସରେ,କିନ୍ତୁ ଶାଖା ପରିଚାଳକ ଜମାକାରୀଙ୍କ ଟଙ୍କା ଜମା ରଖି ମ୍ୟାଚୁରିଟ ହେଲା ପରେ ମଧ୍ୟ ଫେରାଉ ନାହାନ୍ତି | ଜମାକାରୀଶଙ୍କୁ ବିଭିନ୍ନ ଆଳ ଦେଖାଇ ଘରକୁ ପଠାଇଦେଉଥିବା ଏବଂ ଜମାକାରୀଙ୍କ ଟଙ୍କା ଫେରାଉ ନଥିବା ଜଣାଯାଇଛି। ଏପରି ଘଟଣା ଘଟିଛି ଜଣେ ଜମାକାରୀ ମଳୟ ରଞ୍ଜନ ସାହୁଙ୍କ କ୍ଷେତ୍ରରେ | ଏପରିସ୍ଥଳେ ଶାଖାପରିଚାଳକ 2020ରେ ମ୍ୟାଚୁରିଟ ପାଇଥିବା ଟଙ୍କାକୁ 2021ଅକ୍ଟୋବର ମାସରେ ଦେବାକୁ କହିଛନ୍ତି।
More Stories
ପାରିବାରିକ କଳହର କରୁଣ ପରିଣତି : ଚାରି ବର୍ଷର ଶିଶୁ କନ୍ୟା କୁ ହତ୍ୟା କଲା ଜନ୍ମ କଲା ମା
ମାର୍କଫେଡର ପୂର୍ବତନ ଆଞ୍ଚଳିକ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ
ଗୋରୁ ବୋଝେଇ ଯାନକୁ ପୋଲିସ ଜବତ କରିଛି: ମୁଖ୍ୟ ଅଭିଯୁକ୍ତ ଫେରାର!