ଗଣିଆ ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରୁ ବାଇକ ଡ଼ିକି ଭାଙ୍ଗି ତିନି ଲକ୍ଷ ଟଙ୍କା ଲୁଟ
ଗଣିଆ : 22/07/2021(ରିପୋର୍ଟ ମାନସ ରଞ୍ଜନ ଦାଶ): ନୟାଗଡ ଜିଲ୍ଲା ଗଣିଆ ବ୍ଲକ ବେଲପଡା ପାଟଣା ଗ୍ରାମର ଟିକିନା ମହାପାତ୍ର ଆଜି ପ୍ରାୟ 1.41 ରେ ନିଜ ଦୋକାନ ରୁ 3 ଲକ୍ଷ ଟଙ୍କା ଧରି ଘର କୁ ଫେରୁଥିଲେ l ବ୍ୟାଙ୍କ ରେ କିଛି କାମ ଥିବାରୁ ଉକ୍ତ ବ୍ୟକ୍ତି ବ୍ୟାଙ୍କ ସମ୍ମୁଖରେ ରେ ବାଇକ ରଖିନିଜ କାମରେ ଯାଇଥିଲେ l କିଛି ସମୟ ପରେ ଆସି ଦେଖିଲା ବେଳକୁ ତାଙ୍କ ବାଇକ ଡ଼ିକି ଭାଙ୍ଗି କେହି ଦୃବୁତ 3ଲକ୍ଷ ଟଙ୍କା ଲୁଟି ନେଇଛି l ଏ ବିଷୟରେ ସେ ଗଣିଆ ଥାନାରେ ଅଭିଯୋଗ କରିଛନ୍ତି l ଇଣ୍ଡିଆନ ବ୍ୟାଙ୍କ ର ସିସିଟିଭି ଫୁଟେଜ ରୁ ଜଣାପଡିଛି ଯେ 2ଟି ବାଇକ ରେ 4 ଜଣ ଯୁବକ ଏହି ଚୋରି କରିଛନ୍ତି l ତେବେ ଘଟଣା ର ଅଧିକ ତଦନ୍ତ କରିବା ପାଇଁ ଗଣିଆ ବ୍ୟାଙ୍କ ର ସିସି ଟିଭି ଏବଂ କୋପେରଟିଭି ବ୍ୟାଙ୍କ ର ସିସିଟିଭି କୁ ପୋଲିସ ଯାଞ୍ଚ ଜାରି ରଖିଛି l ଲୁଟ ରେ ସମ୍ପୃକ୍ତ ଥିବା ଯୁବକ ଜଣକ କମ ବୟସ ର ଦେଖିବାକୁ ମିଳୁଥିବା ବେଳେ ସେ ମୁହଁ ରେ ମାକ୍ସ ଓ ଧଳା ରଙ୍ଗର ସାର୍ଟ ପିନ୍ଧିଥିବା ସିସି ଟିଭି ରୁ ଜଣାପଡିଛି l ଏଭଳି ଘଟଣା ଗଣିଆ ରେ ଚlଞ୍ଚଲ୍ୟ ସୃଷ୍ଟି କରିଛି l ଗଣିଆ ଥାନା ଅଧିକାରୀ ଘଟଣା ର ତଦନ୍ତ ଜାରିରଖିଛନ୍ତି l
More Stories
ଓଡ଼ିଆ ସିରିଏଲ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଅଭିଯୋଗ !
ବଜ୍ରପାତରେ ଗୋଟିଏ ପରିବାରର ଚାରିଜଣ ମୃତ !
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?