ନବବଧୁଙ୍କୁ ହତ୍ୟା ଅଭିଯୋଗ : ଅଭିଯୋଗ ଆଣିଲେ ପରିବାର ଲୋକେ ।
ଡେରାବିଶ : 04/08/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ): ପୁଣି ଏକ ନବବଧୂଙ୍କୁ ହତ୍ୟା ଅଭିଯୋଗ। ଅଭିଯୋଗ ଆଣିଲେ ନବବଧୂଙ୍କ ପରିବାର ଲୋକେ।
ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ବେଲରପା ଗାଁ ରେ। ସୂଚନା ଅନୁସାରେ କଟକ ଜିଲ୍ଲା ମାହାଙ୍ଗା ଥାନା ଜିରା ଗାଁର ଞ୍ଜାନ ରଞ୍ଜନ ରାଉତଙ୍କ ଭଉଣୀ ମୋନାଲିସା ପ୍ରିୟଦର୍ଶିନୀ ରାଉତଙ୍କୁ ଗତ ଏପ୍ରିଲ ୨୦୧୬ ମସିହାରେ ବୈଦିକ ରୀତିରେ ବେଲରପା ଗାଁର ଗଣେଶ୍ୱର ପ୍ରଧାନଙ୍କ ସାନପୁଅ ଅବିନାଶ ପ୍ରଧାନ ବିବାହ କରିଥିଲେ । ବିବାହକୁ ପାଖାପାଖି ପାଞ୍ଚ ବର୍ଷ ବିତିଯାଇଥିଲେ ସୁଦ୍ଧା ମୋନାଲିସାଙ୍କ ସହ ଦେଢଶୁର,ଯାଆ, ଶାଶୁ ଓ ଶଶୁର ସବୁବେଳେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିବା ସହ ମୋନାଲିସାଙ୍କ ନିଜ ପରିବାରକୁ ଅଧିକାଂଶ ସମୟରେ ଗାଳିଗୁଲଜ କରୁଥିଲେ।
ମୋନାଲିସାଙ୍କ ସ୍ବାମୀ ସୁଦୂର ହାଇଦ୍ରାବାଦରେ ଚାକିରି କରୁଥିବା ହେତୁ ସ୍ତ୍ରୀକୁ ହେଉଥିବା ନିର୍ଯାତନାକୁ ରୋକି ପାରିନଥିଲେ। ଆଜି ଶାଶୁ ଘରେ ମୋନାଲିସା ଫ୍ୟାନ୍ ଯୋଗେ ନିଜ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ମୋନାଲିସାଙ୍କ ଶାଶୁଘର ଲୋକେ କହୁଥିବା ବେଳେ ମୋନାଲିସାଙ୍କ ବାପଘର ପକ୍ଷରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଡେରାବିଶ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ପାଇଲା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।
More Stories
ଓଡ଼ିଆ ସିରିଏଲ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଅଭିଯୋଗ !
ବଜ୍ରପାତରେ ଗୋଟିଏ ପରିବାରର ଚାରିଜଣ ମୃତ !
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?