ପୁତୁରା ଭୁଜାଲି ଚୋଟ ରେ ଦାଦା ଗୁରୁତର |
ନିଶ୍ଚିନ୍ତକୋଇଲି : 25/07/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ): ପୁତୁରା ର ଭୁଜାଲି ଚୋଟରେ ଦାଦା ଗୁରୁତର। ବିଲରେ ଧାନ ରୋଉଥିବା ବେଳେ ପଛପଟୁ ଡାହାଣ ଗୋଡକୁ ହାଣିଲା ପୁତୁରା। ଗୁରୁତର ଦାଦା ସେକ୍ କବୀରଙ୍କୁ ରକ୍ତାକ୍ତ ଅବସ୍ଥାରେ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ପୁତୁରା ସେକ୍ ଧନା ପଳାଇ ଯାଉଥିବା ବେଳେ ଗାଁ ଲୋକେ ଗଛରେ ବାନ୍ଧି ଅଟକାଇ ପୋଲିସ କୁ ଦେଲେ ଜିମା।
ସୂଚନା ଅନୁସାରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ପଂଚାୟତର ପାଟସାଇଲୋ ଗାଁ ରେ ଆଜି ଅପରାହ୍ନରେ ବିଲରେ ସେକ୍ କବୀର ଧାନ ରୋଉଥିବା ବେଳେ ପଛପଟୁ ତାଙ୍କ ପୁତୁରା ସେକ୍ ଧନା ଏକ ଭୁଜାଲି ଧରି ଆସି ପଛପଟୁ କବୀର ଙ୍କ ଡ଼ାହାଣ ଗୋଡ଼କୁ ହାଣି ଦୈାଡି ପଳାଉଥିବା ବେଳେ ଗାଁ ଲୋକଙ୍କ ଦ୍ବାରା ଧରାପଡ଼ି ଥିଲା। ହାତରେ ମାରଣାସ୍ତ୍ର ଥିବାରୁ ଲୋକମାନେ ଏକାଠି ହୋଇ ଧନା କୁ ଏକ ଗଛରେ ବାନ୍ଧି ପକାଇ
ନିଶ୍ଚିନ୍ତକୋଇଲି ପୋଲିସ କୁ ଖବର ଦେଇଥିଲେ।ପରେ ପୋଲିସ ଆସି ଗଛରେ ବାନ୍ଧା ହୋଇଥିବା ଧନା କୁ ଉଦ୍ଧାର କରି ଥାନାକୁ ନେଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସୂଚନା। ନିଶ୍ଚିନ୍ତକୋଇଲି ପୋଲିସ ତଦନ୍ତ ଜାରି ରଖିଛି।
More Stories
ପାରିବାରିକ କଳହର କରୁଣ ପରିଣତି : ଚାରି ବର୍ଷର ଶିଶୁ କନ୍ୟା କୁ ହତ୍ୟା କଲା ଜନ୍ମ କଲା ମା
ମାର୍କଫେଡର ପୂର୍ବତନ ଆଞ୍ଚଳିକ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ
ଗୋରୁ ବୋଝେଇ ଯାନକୁ ପୋଲିସ ଜବତ କରିଛି: ମୁଖ୍ୟ ଅଭିଯୁକ୍ତ ଫେରାର!