ପୁଅ-ବୋହୂ ଘରୁ ତଡ଼ିଦେଲେ, ଅସହାୟ ବୃଦ୍ଧା ନ୍ୟାୟପାଇଁ ଥାନାର ଦ୍ୱାରସ୍ଥ !
ମାହାଙ୍ଗା : 24/08/2021(ରିପୋର୍ଟ :ଅକ୍ଷୟ କୁମାର ସିଂହ): ଦଶ ମାସ ଦଶଦିନ ଗର୍ଭରେ ଧରି ଯାହାକୁ ସଂସାରକୁ ଆଣିଲି ସିଏ ଆଜି ମୋତେ ପର କରିଦେଲା ! ପୁଅ ଜନ୍ମ କରିଥିଲି ବୃଦ୍ଧାକାଳେ ସୁଖରେ ରହିବି ବୋଲି ! କିନ୍ତୁ ପୁଅ-ବୋହୂ ମାଡ ମାରିଲେ, ଖାଇବାକୁ ଦେବା ଦୂରେ ଥାଉ ଘରୁ ଧକ୍କାଦେଇ ତଡ଼ିବି ଦେଲେ !
ଏହା ହେଉଛି ଜଣେ ନିରାଶ୍ରୟା ମାଆର କରୁଣ କାହାଣୀ ! ଦିନେ ଓଳିଏ ନୁହେଁ, ବର୍ଷ ବର୍ଷ ଧରି ନିର୍ଯ୍ୟାତନା ସହୁଥିବା ଜଣେ ବିଧବା ବୃଦ୍ଧା ଶେଷରେ ନିଜ ଭିଟାମାଟି ଛାଡ଼ି ନ୍ୟାୟପାଇଁ ଥାନା ଆଗରେ ଥିବା ଏକ ବରଗଛ ତଳେ ପଡିରହିଥିବା ସଭ୍ୟ ସମାଜ ପାଇଁ ଅତ୍ୟନ୍ତ ଲଜ୍ଜ୍ୟା ଜନକ ଘଟଣା |
ଘଟଣାଟି ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ମୂଳବସନ୍ତ ପଞ୍ଚାୟତ ଗୋପାଳପୁର ଗ୍ରାମରେ l ଏହି ଗୋପାଳପୁର ଗ୍ରାମର ଉତ୍ତମା ସାହୁ ଜଣେ ବିଧବା ବୃଦ୍ଧା | ଯାହାଙ୍କ ବୟସ ପାଖାପାଖି 80 ବର୍ଷରୁ କମ ହେବନି l ଅଭିଯୋଗ ମୁତାବକ ତା’ଙ୍କ ପୁଅ- ବୋହୁ ଏହି ବୃଦ୍ଧାଙ୍କୁ ବାରମ୍ବାର ନିର୍ଯାତନା ଦେବା ସହ ମାରପିଟ କରନ୍ତି | କାହାକୁ କେତେ ନେହୁରା ହେଇଥାନ୍ତା, ଶେଷରେ କିଛି ଉପାୟ ନପାଇ ମାହାଙ୍ଗା ଥାନାକୁ ଧାଇଁ ଆସିଛି ବିଚାରୀ ବୃଦ୍ଧା ମାଆଟିଏ | କେହି ସହୃଦୟ ବ୍ୟକ୍ତି ତା’ଙ୍କୁ କିଛି ଖାଇବାକୁ ଦେଇଛନ୍ତି l ଯାହାକି’ ସେହି ଖାଦ୍ୟକୁ ତଳେବସି ଖାଉଛନ୍ତି ଏହି ଅସହାୟ ବୃଦ୍ଧା l
ସ୍ୱାଧୀନତାର 75 ବର୍ଷ ପରେବି ଯେଉଁଠି ଜନ୍ମକଲା ମାଆକୁ ଘରୁ ତଡ଼ିଦେବାକୁ ପଛାଏନି ପୁଅ, ସେଠି ଭାଗ୍ୟକୁ ନିନ୍ଦିବା ଛଡା ଆଉ ଅଧିକ କ’ଣ କରନ୍ତା ବିଚାରୀ ମାଆଟିଏ | ପରିଣତ ବୟସରେ ଥାନା ବାବୁଙ୍କୁ ଫେରାଦ ହେବାକୁ ଆସି ନିଜ ଦୁଃଖକୁ ବଖାଣୁ ଥିବା ଏହି ବିଧବା ବୃଦ୍ଧାଙ୍କ ପାଇଁ ସତରେ କଣ ନ୍ୟାୟ ନାହିଁ !
ତେବେ ଦର୍ଶକ ବନ୍ଧୁ ଆପଣ ମାନେ ଏହି ବିଧବା ବୃଦ୍ଧାର ଦୁଃଖକୁ ଜାଣିବା ପରେ ତାଙ୍କୁ ନ୍ୟାୟ ମିଳିବାରେ ସହାୟତା କରନ୍ତୁ |
କାରଣ ଆପଣ ମାନଙ୍କର ବି’ ସମାଜପାଇଁ ଅନେକ କିଛି କର୍ତ୍ତବ୍ୟ ରହିଛି | ସମୟ କହିବ ଏହି ବୃଦ୍ଧା ମାଆଙ୍କୁ ତା’ଙ୍କ ଭିଟାମାଟିକୁ ଫେରାଇ ନେବାରେ ପୋଲିସ କି’ ପଦକ୍ଷେପ ନେଉଛି ଏବଂ ଦୋଷୀଙ୍କୁ ଉଚିତ ଦଣ୍ଡ ମିଳୁଛି ନାଁ ନାହିଁ !!
More Stories
ଓଡ଼ିଆ ସିରିଏଲ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଅଭିଯୋଗ !
ବଜ୍ରପାତରେ ଗୋଟିଏ ପରିବାରର ଚାରିଜଣ ମୃତ !
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?