ତିଳିଦାରେ ଅଭାବନୀୟ କାଣ୍ଡ ଘଟାଇଲl ଶଶୁର
ସାଲେପୁର : 05/08/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ ): ସାଲେପୁର ଓଡ଼lସିଂ ଗ୍ରାମ ପଂଚାୟତର ତିଳିଦା ଗ୍ରାମରେ ରାଜେଦା ବିବି ନାମକ ଜୈନିକ ବିବାହିତା ମହିଳାଙ୍କୁ ଅମାନୁଷିକ ଅତ୍ୟାଚାର କରିବାକୁ ଚେଷ୍ଟା କଲେ ତାଙ୍କ ସ୍ୱାମୀ, ଶଶୁର, ଶାଶୁ ଓ ନଣଦ | ରାଜେଦାଙ୍କ ସ୍ୱାମୀ ଶେଖ ନିଆଜ ଅଲ୍ଲୀ ବିବାହ ପୂର୍ବରୁ ଆଉ ଜଣେ ମହିଳାଙ୍କ ସହ ସମ୍ପର୍କ ରଖି ତାଙ୍କୁ ପ୍ରଥମ ସ୍ତ୍ରୀ ବୋଲି ଭାବିନେଇଥିଲେ | ଦ୍ୱିତୀୟ ସ୍ତ୍ରୀ ଙ୍କୁ ଛଳନା କରି ଚାକରାଣୀ କରିବା ଉଦ୍ଦେଶ୍ୟରେ ବିବାହ କରିଥିଲେ l ରାଜିଦାଙ୍କ ଉପରେ ଶାଶୁ ଘର ପରିବାର କରୁଥିଲେ ଅକଥନୀୟ ଅତ୍ୟାଚାର l ଏନେଇ ଅନେକ ଥର ଗ୍ରାମର ଭଦ୍ର ଲୋକଙ୍କ ଦ୍ୱାରା ସମାଧାନର ପନ୍ଥା ନିରୂପିତ ହୋଇଥିଲେବି ମାନି ନଥିଲେ ଶାଶୁ ଘର ଲୋକ l
କିନ୍ତୁ ତିନି ଦିନ ତଳେ ସ୍ୱାମୀ ନିଆଜ ଅଲ୍ଲୀର ପ୍ରରୋଚନାରେ ରାଜେଦା ବିବିଙ୍କ ଶଶୁର ଶେଖ ଶେଖବତ ଅଲ୍ଲୀ ରାଜିଦାଙ୍କୁ ବଳାତ୍କାର ଉଦ୍ୟମ କଲେ ଓ ପରିବାର ଲୋକ ତାଙ୍କୁ ପୋଡିଦେଇ ମାରିଦେବାକୁ ଚେଷ୍ଟା କରିବାରୁ ରାଜେଦା କଳେ, ବଳେ କୌଶଳେ ନିଜ ଜୀବନ ବଂଚେଇ ରାକ୍ଷସ ସ୍ୱାମୀ ଓ ଶଶୁର ନିକଟରୁ ଖସି ଆସି ନିକଟସ୍ତ ଜବକୁଦ ଫାଣ୍ଡି ରେ ଅଭିଯୋଗ କରିଥିଲେ l କିନ୍ତୁ ପୋଲିସ ବଳାତ୍କାର ଉଦ୍ୟମ ମାମଲା ରୁଜ୍ଜୁ କଲା ସତ, କିନ୍ତୁ ରାଜେଦାଙ୍କୁ ଦୁର୍ବ୍ୟବହାର କରିବା ସହ ଏଯାଏଁ ଅଭିଯୁକ୍ତଙ୍କୁ ଗିରଫ ନକରିବା ପ୍ରଶାସନ ର ଅପାରଗତା ର ପ୍ରମାଣ ଦେଉଛି ଜବକୁଦ ପୋଲିସ l
ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ନାରୀ ସୁରକ୍ଷା ପ୍ରତି ଆଜିବି ସଜାଗ ନାହାନ୍ତି ପ୍ରଶାସନ l ତେବେ ଦେଖିବାକୁ ବାକିରହିଲା ରାଜେଦା ବିବିଙ୍କୁ କେବେ ମିଳୁଛି ନ୍ୟାୟ l କେବେ ତାଙ୍କ ରାକ୍ଷସ ଶଶୁର ଓ ସହଯୋଗକାରୀ ମାନେ ଗିରଫ ହେବେ l
More Stories
ପାରିବାରିକ କଳହର କରୁଣ ପରିଣତି : ଚାରି ବର୍ଷର ଶିଶୁ କନ୍ୟା କୁ ହତ୍ୟା କଲା ଜନ୍ମ କଲା ମା
ମାର୍କଫେଡର ପୂର୍ବତନ ଆଞ୍ଚଳିକ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ
ଗୋରୁ ବୋଝେଇ ଯାନକୁ ପୋଲିସ ଜବତ କରିଛି: ମୁଖ୍ୟ ଅଭିଯୁକ୍ତ ଫେରାର!