ଚାନ୍ଦା ମାଗିବା ସାମ୍ବାଦିକଙ୍କ ପାଁଇ ମହଙ୍ଗା ପଡିଲା |
ନିଶ୍ଚିନ୍ତକୋଇଲି : 02/08/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ): ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିତକୋଇଲି ଥାନା କଟିକଟା ବଜ଼ାରରେ | ଗତ ଶୁକ୍ରବାର ରାତିରେ ତଥାକଥିତ ଦବଙ୍ଗ ସାମ୍ବାଦିକ ନିଶ୍ଚିତକୋଇଲି ବ୍ଲକ ପ୍ରତିନଧି କଟିକଟା ବଜାରର ଏକାଧିକ ଦୋକାନମାନଙ୍କୁ ଧମକ ଚମକ ଦେବା ସହ ଅଶାଳିନ ଭାଷାରେ ଗାଳି ଗୁଲଜ କରିବା ସହ ଦୋକାନୀ ମାନଙ୍କ ଠାରୁ ବିଭିନ୍ନ ଜିନିଷ ନେଇ ପଇସା ଦେଇନଥିଲେ | ଉକ୍ତ ସାମ୍ବାଦିକ ଜଣକ ବଜ଼ାର କମିଟିର ସଭାପତିଙ୍କୁ ଫୋନ ଦ୍ୱାରା ଵି ଧମକ ଦେଇଥିଲେ |
ଏହି ଘଟଣାପରେ କଟିକଟା ବଜ଼ାରର ସଭାପତି ଏକ ଲିଖିତ ଅଭିଯୋଗ କରିଥିଲେ ନିଶ୍ଚିତକୋଇଲି ଥାନାରେ |ସମ୍ପୃକ୍ତ ସାମ୍ବାଦିକଙ୍କ ବିରୋଧରେ ଲିଖିତ ଅଭିଯୋଗକୁ ଆଧାର କରି ନିଶ୍ଚିତକୋଇଲି ଥାନା କେଶ ନୁମ୍ବର 94/21ରେ ଏକ ମାମଲା ରୁଜୁ ହୋଇଥିଲା | ସୂଚନାଥାଉ କି ନିକଟରେ ସମ୍ପୃକ୍ତ ସାମ୍ବାଦିକ ଜଣକ ନିଶ୍ଚିତକୋଇଲି ବଜ଼ାର ପେଟ୍ରୋଲିଙ୍ଗ କରୁଥିବା ପୋଲିସ କର୍ମଚାରିଙ୍କୁ ଦୁର୍ବ୍ୟବହାର କରିବା ଫଳରେ ପୋଲିସ ତାକୁ ଚଲାଇ ଚଲାଇ ନେଇଥିଲେ | ଗତ କାଲି କଟିକଟା ବଜ଼ାର ଦୋକାନୀ ମାନେ ନିଶ୍ଚିତକୋଇଲି ଥାନାକୁ ଯାଇ ସମ୍ପୃକ୍ତ ସାମ୍ବାଦିକକୁ ଗିରଫ କରାଯାଉ ବୋଲି ଅଡ଼ି ଧରିଥିଲେ
More Stories
ପାରିବାରିକ କଳହର କରୁଣ ପରିଣତି : ଚାରି ବର୍ଷର ଶିଶୁ କନ୍ୟା କୁ ହତ୍ୟା କଲା ଜନ୍ମ କଲା ମା
ମାର୍କଫେଡର ପୂର୍ବତନ ଆଞ୍ଚଳିକ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ
ଗୋରୁ ବୋଝେଇ ଯାନକୁ ପୋଲିସ ଜବତ କରିଛି: ମୁଖ୍ୟ ଅଭିଯୁକ୍ତ ଫେରାର!