ଅସଲି ଡାକ୍ତରଙ୍କର ନକଲି ଲୀଳା, କିଡ଼ନୀ ରୋଗୀ ମୃତ୍ୟୁ ମୁଖରେ !
ନିଶ୍ଚିନ୍ତକୋଇଲି : 30/07/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ ): ଡାକ୍ତର ଙ୍କୁ କୁହାଯାଏ ଦ୍ୱତୀୟ ଭଗବାନ l ହେଲେ କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକର କେନ୍ଦୁପାଟଣାରେ ଜଣେ ଡାକ୍ତର ଟଙ୍କା ଲୋଭରେ ବିଚିତ୍ର କାର୍ଯ୍ୟ କରିଛନ୍ତି l ଲୋଭ ଓ ସ୍ୱାର୍ଥର ବଶବର୍ତ୍ତୀ ହୋଇ ଜଣେ ଗରିବ ପରିବାରକୁ ସର୍ବସ୍ୱାନ୍ତ କରିଦେବାପରେ ରୋଗୀକୁ ଠେଲି ଦେଇଛନ୍ତି ମୃତ୍ୟୁ ମୁଖକୁ l ସୂତ୍ରରୁ ପ୍ରକାଶ ଯେ କିମ୍ସ ହସ୍ପିଟାଲର ଜଣେ ମେଡ଼ିସିନ ବିଭାଗର ଡାକ୍ତର ନିଶ୍ଚିନ୍ତକୋଇଲି କେନ୍ଦୁପlଟଣା ନିକଟରେ ଏକ ପ୍ରାଇଭେଟ କ୍ଲିନିକ ଖୋଲି ଗରିବ ଲୋକ ମାନଙ୍କୁ ନିରୋଗ କରିବା ନାଁ’ରେ ଠକି ଚାଲିଛନ୍ତି l ଖଟିଖିଆ ଶ୍ରେଣୀର ଲୋକମାନେ ତାଙ୍କ ପାଖରେ ଶୋଷଣର ଶିକାର ହେଉଛନ୍ତି l
ଏହାର ଜ୍ୱଳନ୍ତ ନିଦର୍ଶନ ଦେଖିବାକୁ ମିଳିଛି କୁଳିଆ ଗାଁ’ର ଦିନମଜୁରିଆ ସୁରେନ୍ଦ୍ର ସାମଲଙ୍କ ପଚିଶି ବର୍ଷୀୟ ଯୁବକ ଦେବବ୍ରତ ସାମାଲ ଙ୍କ ପାଖରେ l ଏକ ବର୍ଷ ତଳେ ତାଙ୍କ ନାକରୁ ରକ୍ତ ପଡିବାରୁ ସେ ଶୈଳେନ୍ଦ୍ର ନାୟକଙ୍କ କ୍ଲିନିକକୁ ଯାଇ ତାଙ୍କ ପରାମର୍ଶ ନେଇଥିଲେ l ଶୈଳେନ୍ଦ୍ର ମେଡ଼ିସିନ ବିଶେଷଜ୍ଞ ହୋଇ ମଧ୍ୟ ଟଙ୍କା ଲୋଭରେ କିଡ଼ନୀ ରୋଗ ଚିକିତ୍ସାର ବାହାନା କରି ଦେବବ୍ରତଙ୍କ ବାପାଙ୍କଠୁ ଅଶିରୁ ନବେ ହଜାର ଟଙ୍କା ଚିକିତ୍ସା ପାଇଁ ନେଇଥିଲେ l ସେ ଯେଉଁ ଔଷଧ ଦେଉଥିଲେ ସେଥିରେ ରୋଗୀ ଭଲ ହେବା ପରିବର୍ତ୍ତେ ଅଧିକ ଅସୁସ୍ଥ ହୋଇପଡୁଥିଲା l ସାତ ମାସ ପରେ ରୋଗୀ ଅତ୍ୟଧିକ ଶାରୀରିକ ପୀଡା ଭୋଗିବାରୁ ସେ ଡାକ୍ତର କହିଲେ ଦେବବ୍ରତକୁ କିମ୍ସ ମେଡିକାଲ ନେଇଯାଅ l ପରେ ରୋଗୀ ଙ୍କ ପରିବାର ତାଙ୍କୁ କିମ୍ସ ନେଲା ପରେ ଜଣା ପଡିଲା ଯେ ସାତ ମାସ ତଳୁ ସେ ତାଙ୍କ ଦୁଇଟି କିଡ଼ନୀ ହରେଇ ସାରିଲେଣି l
ସେଠୁ ରୋଗୀଙ୍କ ବାପା ଜାଣିପାରିଲେ ଡାକ୍ତର ତାଙ୍କ ନିକଟରୁ କେବଳ ଟଙ୍କା ଶୋଷଣ କରିବାକୁ ସବୁ ଲୁଚାଇଥିଲେ ଏବଂ ସେ ଡାକ୍ତର ମେଡ଼ିସିନ ବିଶେଷଜ୍ଞ ହୋଇଥିଲେବି ନିଜେ ପାଲଟି ଯାଇଥିଲେ କିଡ଼ନୀ ରୋଗ ବିଶେଷଜ୍ଞ | ଏଭଳି ଅସଲି ଡାକ୍ତର ଟଙ୍କା ପାଇଁ ନକଲି ଲୀଳା କରି ଅନେକ ରୋଗୀଙ୍କୁ ବିପଦ ରେ ପକାଉଛନ୍ତି l
ଗରିବ, ଦିନମଜୁରିଆଙ୍କ ସରଳତାର ଫାଇଦା ଉଠାଇ ନର୍ସିଙ୍ଗ ହୋମ ନାଁ’ ରେ ଲୋକଙ୍କୁ ଶୋଷି ଚାଲିଛନ୍ତି l ଏମାନଙ୍କ ପାଇଁ ଅନେକ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି l ତେବେ ଏଠି ପ୍ରଶ୍ନ ଉଠେ ଏ ନେଇ ସରକାର କେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ l
More Stories
ଓଡ଼ିଆ ସିରିଏଲ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଅଭିଯୋଗ !
ବଜ୍ରପାତରେ ଗୋଟିଏ ପରିବାରର ଚାରିଜଣ ମୃତ !
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?