ଭଦ୍ରକରେ ଆଜି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ; 4 ଗିରଫ ।
ଭଦ୍ରକ :17/07/2021(ରିପୋର୍ଟ : ସମୀର ମହାନ୍ତି ): ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ଆଜି ପୁଣି ମିଳିଛି ଏକ ବଡ ସଫଳତା। କୋଟିଏରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବଦ ସହ 4 ଜଣକୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ।
ଭଦ୍ରକରେ ଆଜି କୋଟିଏ ଟଙ୍କାର ବ୍ରାଉନାଉଗର ଜବତ ; ୪ ଗିରଫ । pic.twitter.com/tXjtEFq4Sq
— Nayagarh khabar (@NayagarhK) July 17, 2021
ଏକ ଅଟୋ ଯୋଗେ ଜଳେଶ୍ବରରୁ ଭଦ୍ରକ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଜାତୀୟ ରାଜପଥରେ ଚଡଉ କରି ଏହି ବ୍ରାଉନସୁଗାର ଜବତ କରିଥିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଏହି ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ବୋଲି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଏସପି ଚରଣ ସିଂହ ମିନା ସୂଚନା ଦେଇଛନ୍ତି ।
— Nayagarh khabar (@NayagarhK) July 17, 2021
ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ଜଳେଶ୍ବରରୁ ଏହି ବ୍ରାଉନସୁଗାର ଅଟୋ ରେ ଭଦ୍ରକ ଆସୁଥିବା ବେଳେ 16 ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟସ୍ଥ ଧାମରା ରେଳ ଓଭର ବ୍ରିଜ ନିକଟରେ ଗ୍ରାମାଞ୍ଚଳ ପୋଲିସ ଏହି ଅଟୋକୁ ଅଟକାଇ ଥିଲା । ସେଠାରେ ଯାଞ୍ଚ ସମୟରେ ଅଟୋରୁ ବ୍ରାଉନସୁଗାର ଜବତ ହୋଇଥିଲା । ତେବେ ଅଟୋରେ ଥିବା 4ଜଣକୁ ପୋଲିସ ଗିରଫ କରିଥିଲା ।
— Nayagarh khabar (@NayagarhK) July 17, 2021
ସେମାନଙ୍କ ମଧ୍ୟରେ ଜଣେ ମହିଳା ସମ୍ପୃକ୍ତ ଥିବାବେଳେ ସେମାନଙ୍କ ପାଖରୁ 1ଲକ୍ଷ ଟଙ୍କା ଓ ଗୋଟିଏ ଅଟୋ ଗାଡି ଓ 3 ଟି ମୋବାଇଲ ମଧ୍ୟ ପୁଲିସ ଜବତ କରିଛି । ଗିରଫଙ୍କ ମଧ୍ୟରେ ଜଳେଶ୍ବର ଅଞ୍ଚଳର ବ୍ରାଉନସୁଗାର ମାଫିଆ (ଚାଚି)ର ଭାଇ ଓ ମୋଷ୍ଟ ୱାନଟେଡ଼ ମାଫିଆ ଏସ.କେ ଅସଗର ର ଶ୍ୱଶୁର ଏସ.କେ ଅବଦୁଲ ହମିଦ ମଧ୍ୟ ଗିରଫ ହୋଇଛି । ଅନ୍ୟ ମାନଙ୍କ ମଧ୍ୟରେ ବାଲେଶ୍ୱର ଜ଼ିଲ୍ଲା ଖଇରା ଥାନା ଉଦୟପୁର ଗାଁ ର ମନୋଜ ଦାସ , ଭଦ୍ରକ ଗ୍ରାମାଞ୍ଚଳ ଥାନା ବରାଳପୋଖରୀ ଗାଁ ର କୁନିଲତା ଷଡଙ୍ଗୀ ଓ ଅଜୟ କୁମାର ଷଡଙ୍ଗୀ ଙ୍କୁ ମଧ୍ୟ ପୋଲିସ ଗିରଫ କରିବାରେ ସଫଳ ହୋଇଛି।
More Stories
ପାରିବାରିକ କଳହର କରୁଣ ପରିଣତି : ଚାରି ବର୍ଷର ଶିଶୁ କନ୍ୟା କୁ ହତ୍ୟା କଲା ଜନ୍ମ କଲା ମା
ମାର୍କଫେଡର ପୂର୍ବତନ ଆଞ୍ଚଳିକ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ
ଗୋରୁ ବୋଝେଇ ଯାନକୁ ପୋଲିସ ଜବତ କରିଛି: ମୁଖ୍ୟ ଅଭିଯୁକ୍ତ ଫେରାର!