ମଦ ନିଶା କରି ଆମ୍ବୁଲାନ୍ସ ଡ୍ରାଇଭର ଙ୍କୁ ମାଡ଼
ଭଦ୍ରକ : 15/07/2021(ରିପୋର୍ଟ :ସମୀର ମହାନ୍ତି): ମଦ ନିଶା କରିଦେଉଛି ମଦୁଆ ଙ୍କୁ ବାଟବଣା। ମଦ ପିଇଥିବା ଲୋକ ଭୁଲିଯାଉଛି ମାନବିକତା। ଭୁଲିଯାଇଛି ସମ୍ପର୍କ ର ମର୍ଯ୍ୟାଦା। ଏହିପରି ଏକ ଅଭିଯୋଗ କରାଯାଇଛି ଏକ ଆମ୍ବୁଲାନ୍ସ ଡ୍ରାଇଭ ଙ୍କ ପକ୍ଷ ରୁ ସୂଚନା ଅନୁଯାୟୀ ସନ୍ଧ୍ୟା ୫ ଘଟିକା ୩୦ ମିନିଟ୍ ସମୟରେ ମଞ୍ଜୁରରୋଡ ସ୍ଵାସ୍ଥ୍ୟ କେନ୍ଦ୍ର ର ୧୦୮ ଆମ୍ବୁଲାନ୍ସ ଗୁରୁତର ରୋଗୀ ନେଇ ଘଷିପୁରା ଅଭିମୁଖେ ଯାଉଥିବା ବେଳେ ଓରାଳୀ ଛକ ନିକଟରେ ଆପଣ୍ଡା ଏବଂ ବରକୋଣା ରାମପୁର ଗ୍ରାମର ଦୁଇ ଅସାମାଜିକ ବ୍ୟକ୍ତି ଆମ୍ବୁଲାନ୍ସକୁ ଅଟକାଇବା ସହିତ ଏକ ମଦ ବୋତଲ ସାହାଯ୍ୟରେ ଆକ୍ରମଣ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।
ଏହା ସହିତ ଆମ୍ବୁଲାନ୍ସ ଟିକୁ ଅନୁସରଣ କରି ବସନ୍ତିଆ ନିକଟରେ ପୁଣି ସଂମ୍ପୃକ୍ତ ଅସାମାଜିକ ବ୍ୟକ୍ତି ଦ୍ୱୟ ନିଜର ମୋଟର ସାଇକେଲକୁ ୧୦୮ ଆମ୍ବୁଲାନ୍ସ ସାମ୍ନାରେ ରଖି ୧୦୮ ଆମ୍ବୁଲାନ୍ସର ଡ୍ରାଇଭରଙ୍କୁ ଗାଡିରୁ ଘୋଷାରିଆଣି ମାଡ ମାରିବା ସହିତ ମରଣାନ୍ତକ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଲୋକ ପହଞ୍ଚି ମାଡ଼ ଖାଉଥିବା ଆମ୍ବୁଲାନ୍ସ ଡ୍ରାଇଭ ଙ୍କୁ ଉଦ୍ଧାର କରିଥିଲେ। ଏବଂ ଥାନା ରେ ଉକ୍ତ ମଦ୍ୟ ପାନ କରିଥିବା ଲୋକ ନାଁ ରେ ଅଭିଯୋଗ କରିଥିଲେ।
More Stories
ପାରିବାରିକ କଳହର କରୁଣ ପରିଣତି : ଚାରି ବର୍ଷର ଶିଶୁ କନ୍ୟା କୁ ହତ୍ୟା କଲା ଜନ୍ମ କଲା ମା
ମାର୍କଫେଡର ପୂର୍ବତନ ଆଞ୍ଚଳିକ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ
ଗୋରୁ ବୋଝେଇ ଯାନକୁ ପୋଲିସ ଜବତ କରିଛି: ମୁଖ୍ୟ ଅଭିଯୁକ୍ତ ଫେରାର!