ଦଶପଲ୍ଲାରେ ଘଟିଛି ଅଭାବନୀୟ ଘଟଣା : ନିଜର ଜନ୍ମିତ ପୁଅକୁ ହତ୍ୟା କଲା ମାଆ !
ଦଶପଲ୍ଲା : 24/08/2021(ରିପୋର୍ଟ : ରତ୍ନାକର ହୋତା, ନିୟୁଜ ହେଡ଼ ): ଦଶପଲ୍ଲା ବିଜ୍ଞାପିତ ଅଂଚଳର ନାହାକପଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସେହି ଗ୍ରାମର ବୃଦ୍ଧ ବାପା ମାଆ ପୁଅର ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ତାଙ୍କ ମାଆ ନିଜ ଜନ୍ମିତ ପୁଅକୁ ହତ୍ୟା କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ ,ମୃତକ ଜଣେ ଅଭ୍ୟାସ ଗତ ନିଶାଖୋର୍, ହେଇଥିବାରୁ ସେ ପ୍ରତିଦିନ ,ସମଦୃଷ୍ଟିହୀନ ତାଙ୍କ ବାପା ଏବଂ ମାଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ଆସି ଅତ୍ୟାଚାର କରୁଥିଲା । ଗତକାଲି ବିଳମ୍ଵିତ ରାତିରେ,ନିଶାଗ୍ରସ୍ତ ହୋଇ ସେ ତାଙ୍କ ବାପାକଂ ଉପରେ ,ସବୁଦିନ ଭଳି ଅତ୍ୟାଚାର ଓ ଜୁଲୁମ୍ କରିବା ଆରମ୍ଭ କରିଦେଇଥିଲେ। ତାଙ୍କ ମାଆ ଏସବୁ ଦେଖି ,ସହ୍ୟ କରି ନପାରି ନିଶାଖୋର୍ ଏକ ମାତ୍ର ପୁଅକୁ ସବୁଦିନ ପାଇଁ ଶେଷ କରିଦେବାକୁ ନିଶ୍ପତ୍ତି ନେଇଥିଲେ । ଆଜି ଭୋର୍ ସମୟରେ, ଏକ ଟାଙ୍ଗିଆ ସାହାଯ୍ୟ ନିଜ ଜନ୍ମିତ ପୁଅକୁ ଆକ୍ରମଣ କରିଥିଲେ । ଏଵଂ କିଛି ସମୟ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା। ପରେ ଡାକ୍ତର ତାଂକୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ବାପା ଓ ମାଆକୁ ଦଶପଲ୍ଲା ପୋଲିସ୍ ଥାନାକୁ ନେଇ ବର୍ତ୍ତମାନ ସମ୍ପୂର୍ଣ୍ଣ ଘଟଣା ବିଷୟରେ ପଚରାଉଚରା କରୁଛି ବୋଲି ସୂଚନା ମିଳିଛି ।
More Stories
ପାରିବାରିକ କଳହର କରୁଣ ପରିଣତି : ଚାରି ବର୍ଷର ଶିଶୁ କନ୍ୟା କୁ ହତ୍ୟା କଲା ଜନ୍ମ କଲା ମା
ମାର୍କଫେଡର ପୂର୍ବତନ ଆଞ୍ଚଳିକ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ
ଗୋରୁ ବୋଝେଇ ଯାନକୁ ପୋଲିସ ଜବତ କରିଛି: ମୁଖ୍ୟ ଅଭିଯୁକ୍ତ ଫେରାର!