ସଡ଼କ ଦୁର୍ଘଟଣା 2 ମୃତ ଜଣେ ଗୁରୁତର !
ଦଶପଲ୍ଲା: 09/09/2021: ଦଶପଲ୍ଲା ବ୍ଲକ୍ ଟାକରା ପଂଚାୟତ ଅନ୍ତର୍ଗତ 57ନଂ ଜାତୀୟ ରାଜପଥ ର ଖଡାପିଟା ଘାଟିରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ପ୍ରାପ୍ତ ସୂଚନା ଅନୁସାରେ ଗତ କାଲି ରାତି ପ୍ରାୟ1 ଘଟିକା ସମୟ ରେ ଭୁବନେଶ୍ୱର ରୁ ବାଲିଗୁଡା ଅଭିମୁଖେ ଯାଉଥିବା (OD 12B 9638) ନମ୍ୱର୍ ଏକ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।
ଟାକରା ର କିଛି ସ୍ବେଚ୍ଛାସେବୀ ଯୁବକ ଦୁର୍ଘଟଣା ସ୍ଥଳକୁ ଯାଇଥିଲେ ଏଵଂ ଆମ ପ୍ରତିନିଧି ମଧ୍ୟ ପହଂଚିଥିଲେ ଏବଂ ସେ ସେହି ଭୟାନକ ଦୁର୍ଘଟଣା ର ଦୃଶ୍ୟ ଦେଖି 108 ଆମ୍ବୁଲାନ୍ସ ଓ ଦଶପଲ୍ଲା ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା ଙ୍କୁ ତୁରନ୍ତ ଜଣାଇଥିଲେ। ଉକ୍ତ ସ୍କୁଟିରେ 3 ଜଣ ଆରୋହି ରାଧେଶ୍ୟାମ ଖଡ୍ଜି, ଆଲୋକ ଶତପଥୀ, ମନୋଜ କୁମାର ନାୟକ ଯାଉଥିଲେ। ମନୋଜଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଓ ମନୋଜ ଙ୍କୁ ଉପସ୍ଥିତ ସମାଜସେବୀ ଓ ଆମ୍ଭ ରିପୋର୍ଟର 108 ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ। ଏଵଂ ଦଶପଲ୍ଲା ଥାନା କର୍ମଚାରୀ ସେଠାରେ ପହଁଚି ଦୁର୍ଘଟଣା ଘଟିଥିବା ସ୍କୁଟି କୁ ଥାନା କୁ ନେଇ ଯାଇଥିଲେ।
ପ୍ରାପ୍ତ ସୂଚନା ଅନୁସାରେ ରାଧେଶ୍ୟାମ, ଆଲୋକ ମନୋଜ ଙ୍କ ଘର ବାଲିଗୁଡ଼ା ନୂଆ ବସଷ୍ଟାଣ୍ଡ ନିକଟରେ ବୋଲି ଜଣା ପଡ଼ୁଛି । ଆଲୋକ ଏଵଂ ରାଧେଶ୍ୟାମ ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ନୟାଗଡ ମୂଖ୍ୟ ଚିକିତ୍ସାଲୟ କୁ ନିଆ ଯାଉଥିଲା ସେଠାରେ ଚିକିତ୍ସାଧିନ ଅବସ୍ଥା ରେ ଆଲୋକ ଙ୍କ ସମେତ ଆଉ ଜଣକର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
More Stories
ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟସ୍ ପ୍ରତିଯୋଗିତା ଉଦଯାପିତ
କୋଟଗଡ ଅଭୟାରଣ୍ୟ ରେ ବାଘ ଗଣନା କାର୍ଯ୍ୟ ଆରମ୍ଭ
ଭକ୍ତିର ନୈବେଦ୍ଯ ସ୍ୱରୂର ମୂଦ୍ରାରେ ସଜ୍ଜିତ ହେଲା ଶ୍ରୀ ସତ୍ଯ ଗଣପତି ମନ୍ଦିର