ହାଇୱା ଗାଡି ଡ୍ରାଇଭରର ବେଖାତିର ଗାଡ଼ି ଚାଳନା ଯୋଗୁଁ 50 ଛେଳି ମୃତ୍ୟୁ !
ଓଡଗାଁ : 22/09/2021(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ/ନିରଞ୍ଜନ ସାହୁ ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡ଼ା ଝୋଲା ଓଡ଼ଗାଁ ରାସ୍ତା ରେ ଗତକାଲି ବିଲମ୍ବିତ ରାତିରେ ଛେଳି ଗୋଠ ଉପରେ ଚଢ଼ିଗଲା ହାଇୱା । ହାଇୱା ଧକ୍କାରେ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ଛେଳିଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି ।ଏଭଳି ଘଟଣା ଦେଖିବାକୁ ମିଳିଅଛି ଓଡ଼ଗାଁ- ବାହାଡଝୋଲା ମୁଖ୍ୟ ରାସ୍ତାରେ ।
ସୂଚନା ଅନୁଯାୟୀ ଗତକାଲି ବିଳମ୍ୱିତ ରାତିରେ ଶୂଳିଆ ଜଙ୍ଗଲରୁ ଛେଳି ଧରି ଗୌଡ଼ପୁଟ ଗୋଲାସାହିର ସୁବାସ ପାତ୍ର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଛେଳି ଗୋଠ ଧରି ରାସ୍ତା ପାର ହେଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଟ୍ରକ ନଂ ଓଡ଼ି୨୫ଜି୭୨୯୨ ବିଶିଷ୍ଟ ଗାଡି ଛେଳି ଗୋଠ ଉପରେ ଚଢ଼ି ଯାଇଥିଲା ।ଯାହା ଫଳରେ ଘଟଣାସ୍ଥଳରେ ୬୦ରୁ ଉର୍ଦ୍ଧ୍ବ ଛେଳିଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ରୁ ଉର୍ଦ୍ଧ୍ବ ଛେଳି ଗୁରୁତର ଭାବେ ଆହତ ମଧ୍ୟ ହେଇଛନ୍ତି ।
ସ୍ଥାନୀୟ ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଅଟକ ରଖିଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ସୂଚନା ମିଳିଅଛି ।ଅନ୍ୟପକ୍ଷରେ ଘଟଣାସ୍ଥଳରେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।ଉକ୍ତ ହାଇୱାଟି ଶରଣକୁଳ ଅଞ୍ଚଳର ବୋଲି ଜଣାପଡିଛି ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …