ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ତରଫରୁ ରାଜ୍ୟ ସ୍ତରୀୟ କବିତା ଆସର |
ଭୁବନେଶ୍ୱର : 01/08/2021(ରିପୋର୍ଟ : ସନାତନ ମହାକୁଡ଼): ପବିତ୍ର ଶ୍ରାବଣ ଆଗମନର ପାବନ ଅବସରରେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ କଳାହାଣ୍ଡି, ଓଡିଶା ତରଫରୁ ଏକ ଅନଲାଇନ ରାଜ୍ୟ ସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପୁରୀ ଜିଲ୍ଲାର ଗୀତିକାର, ନାଟ୍ୟକାର ତଥା ସଂଗୀତ ନିର୍ଦେଶକ ଶ୍ରୀଯୁକ୍ତ ବଦ୍ରି ମିଶ୍ର ଯୋଗଦେଇ ଓଡିଆ ସାହିତ୍ୟ ର ବିକାଶ ପାଇଁ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ l
ଏଥିରେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ଵାଳ , କବି ଡ଼.ଭବାନୀ ଶଙ୍କର ନିଆଲ,ଭାରତୀ ରଥ,ଖୁସିରାମ ସାହୁ,ଦୁର୍ଗାଶଙ୍କର ଦେ, ମନ୍ମଥ ସ୍ୱାଇଁ, ସଂଗ୍ରାମ କେଶରୀ ରାଉତରାୟ ,ଅଜିତ କୁମାର ଭୋଇ, ଜ୍ଞାନେନ୍ଦ୍ର ଭୋଇ, ସୌମ୍ୟରଞ୍ଜନ ଦାଶ, ନରତ୍ତମ ପାତ୍ର,ଦେବେନ୍ଦ୍ର କୁମାର ନାଏକ,ସନାତନ ମହାକୁଡ଼,ଅମୁଲ୍ୟ କୁମାର ଦାଶ ଏବଂ ଅନୁଷ୍ଠାନର ଅନେକ ବୁଦ୍ଧିଜୀବି ପ୍ରମୁଖ ସାମିଲ ଥିଲେ । ସୂଚନା ଯୋଗ୍ୟ ଯେ ଉକ୍ତ କବିତା ଆସରରେ ଶତାଧିକ କବି ଏବଂ କବୟିତ୍ରୀ ଅଂଶଗ୍ରହଣ କରି ଶୀର୍ଷକ ‘ ଶ୍ରାବଣରେ ଯିବା ଶିବ ମନ୍ଦିର ‘ ଉପରେ ନିଜର ସ୍ଵ ରଚିତ କବିତା ପାଠ କରିଥିଲେ ।ଏହି କବିତା ପ୍ରତିଯୋଗିତା ରେ ବାଲେଶ୍ୱର ରୁ ସୁଜାତା ଦାସ, ଗଞ୍ଜାମ ରୁ କୁସୁମ କୁମାରୀ ପଣ୍ଡା, ବାଲେଶ୍ୱର ରୁ ମମତା ମହାନ୍ତି, କଟକ ରୁ କଳ୍ପନା ରାଉତ, ଭଦ୍ରକ ରୁ ନିରୁପମା ପାଣି, ନୟାଗଡ଼ ରୁ ନୀହାରିକା ପଣ୍ଡା, ରାୟଗଡା ରୁ ସୁବାସ ଚନ୍ଦ୍ର ସାହୁ, ଯାଜପୁର ରୁ ଲଲାଟ କେଶରୀ ବଳସାମନ୍ତ, ଗଜପତି ରୁ ଡ଼. ପ୍ରିୟମ୍ବଦା ସାମଲ, ପୁରୀ ରୁ ଜ୍ୟୋସ୍ନା ରାଣୀ ଦାସ, ରାୟଗଡା ରୁ ଦୀପକ କୁମାର ପଣ୍ଡା, ବାଲେଶ୍ୱର ରୁ ପ୍ରମୋଦିନୀ ପରିଚ୍ଛା, ବରଗଡ଼ ରୁ ପ୍ରକାଶ ଚନ୍ଦ୍ର ବରିହା, କଟକ ରୁ ରାଜକିଶୋର ମୁଣ୍ଡି, ନୟାଗଡ଼ ରୁ ସବିତା ଶୁକ୍ଲା,ଭଦ୍ରକ ରୁ କୈଳାଶ ବେହେରା, ଅନୁଗୋଳ ରୁ କୁମାର ସ୍ୱାଇଁ, କେନ୍ଦ୍ରାପଡ଼ା ରୁ ସୁରେନ୍ଦ୍ର ଜେନା, କେନ୍ଦ୍ରାପଡ଼ା ରୁ ଗୋବିନ୍ଦ ବେହେରା, କଟକ ରୁ ଶ୍ଵେତପଦ୍ମା ପ୍ରଧାନ, କଳାହାଣ୍ଡି ରୁ ଦୁର୍ଯ୍ୟୋଧନ ଚଣ୍ଡି, କମଳିନୀ ଚଣ୍ଡି, ବଲାଙ୍ଗୀର ରୁ ଶୁଭ୍ରାଂଶୁ ଭୂଷଣ ମେହେର, ଭଦ୍ରକ ରୁ ସରୋଜ କୁମାର ଓଝା, ଗଜପତି ରୁ ସୁରଥ ପାଇକ, ଗଞ୍ଜାମ ରୁ ଶଙ୍କର୍ଷଣ ତ୍ରିପାଠୀ, ପୁରୀ ରୁ ଚିତ୍ତରଞ୍ଜନ ପୃଷ୍ଟି, ଢେଙ୍କାନାଳ ରୁ ଅରୁନ୍ଧତୀ ଲେଙ୍କା, କେନ୍ଦ୍ରାପଡ଼ା ରୁ ପ୍ରଶାନ୍ତ କୁମାର ନାଥ, ସୁନ୍ଦରଗଡ଼ ରୁ ପ୍ରଶାନ୍ତ କିଶୋର ଚଇନି, ନୟାଗଡ଼ ରୁ ଅଶୋକ କୁମାର ନାୟକ,ବାଲେଶ୍ୱର ରୁ ଜଗତେଶ୍ୱର ନାୟକ, କେନ୍ଦୁଝର ରୁ ସଞ୍ଜୟ କୁମାର ସାହୁ,
ଯାଜପୁର ରୁ ଜଗଦୀଶ ଶତପଥୀ, କଳାହାଣ୍ଡି ରୁ ନିତ୍ୟାନନ୍ଦ ସିଂହ, ଗଞ୍ଜାମ ରୁ ମନୋଜ କୁମାର ପଟ୍ଟନାୟକ, ଗଞ୍ଜାମ ରୁ ବୁଲୁ ବିଷୋୟୀ, ବାଙ୍ଗାଲୋର ରୁ ଦେବାଶ୍ରିତା ମିଶ୍ର, କେନ୍ଦୁଝର ରୁ ଜିତେନ୍ଦ୍ର କୁମାର ପାତ୍ର, ଗଞ୍ଜାମ ରୁ ଚିତ୍ତରଞ୍ଜନ ଦାସ, ଗଞ୍ଜାମ ରୁ ପ୍ରତାପ ଚନ୍ଦ୍ର ମିଶ୍ର, ସୁବର୍ଣ୍ଣପୁର ରୁ ସନ୍ତୋଷ କୁମାର ଅଦାବର,ଢେଙ୍କାନାଳ ରୁ ସାରଙ୍ଗ ଧର ସାହୁ,କଳାହାଣ୍ଡି ରୁ କବିତା ଞ୍ଜଳି ପଣ୍ଡା,ପୁରୀ ରୁ ନିବେଦିତା ମହାପାତ୍ର, ମାଲକାନଗିରି ରୁ ପ୍ରିୟମ୍ବଦା ରାଉତ, କେନ୍ଦୁଝର ରୁ ରତିନାରାୟଣ ରାଉତ, କେନ୍ଦୁଝର ରୁ ପ୍ରଶାନ୍ତ ଦେହୁରୀ, ଗଞ୍ଜାମ ରୁ ପ୍ରମିଳା ପାଣି, ମାଲକାନଗିରି ରୁ ଭାବଗ୍ରାହୀ ତ୍ରିପାଠୀ ଏବଂ କଲାହାଣ୍ଡି ରୁ ଭାଗିରଥି ସାଗର ପ୍ରମୁଖ ସାମିଲ ରହି ନିଜର ସ୍ୱ ରଚିତ ସୃଷ୍ଟି ସମ୍ଭାରର ନୈବେଦ୍ୟ ଦେଇ ଉକ୍ତ ଆସରକୁ ଭକ୍ତିମୟ କରିଥିଲେ l ଶେଷରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ତଥା ସଭାପତି ଖୁସିରାମ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ଆଗାମୀ ଦିନରେ ମଧ୍ୟ ଆହୁରି ଏମିତି କାର୍ଯ୍ୟକ୍ରମ କରିବାକୁ ପ୍ରତିଶୃତି ଦେଇଥିଲେ l
More Stories
ଆଗାମୀ ଦିନରେ ଓଡିଶାରେ ହ୍ରାସ ପାଇବ ସର୍ବନିମ୍ନ ତାପମାତ୍ରା
ଓଡ଼ିଶା ମୁଖ୍ୟମନ୍ତ୍ରୀ ନୁଆଖାଇରେ ୪୪.୫୬ ଲକ୍ଷ କୃଷକ ପରିବାରକୁ KALIA ସହାୟତା ବଣ୍ଟନ କରିଛନ୍ତି |
ଗୀତା ମେହେଟ୍ଟା: ଶବ୍ଦ ମାଧ୍ୟମରେ ଭାରତର ରହସ୍ୟ ଉନ୍ମୋଚନ