ଦେବୀ ସନ୍ତୋଷୀ ମାଆଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ” ମୋ ଲେଖା ମୋ ଦୁନିଆ ” ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ |
କଳାହାଣ୍ଡି -25/08/2021(ରିପୋର୍ଟ : ସନାତନ ମହାକୁଡ଼ ): ଯୁବ ସାହିତ୍ୟସ୍ରଷ୍ଟା ଶ୍ରୀମାନ୍ ଖୁସିରାମ ସାହୁଙ୍କ ଦ୍ୱାରା ପ୍ରତିଷ୍ଠା କରା ଯାଇଥିବା ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ହେଉଛି ମୋ ଲେଖା ମୋ ଦୁନିଆ । ଲକ୍ଷ୍ୟ କେବଳ ଗୋଟିଏ । ସୁପ୍ତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ପ୍ରେରଣା ଯୋଗେଇଦେବା ଓ ସେମାନଙ୍କ ଦ୍ୱାରା ରଚିତ ଗଳ୍ପ ଓ କବିତାକୁ ସାରା ଦୁନିଆ ପାଖରେ ପହଞ୍ଚେଇବା। ଆଜିର ଯୁବପିଢୀ ସାହିତ୍ୟଠୁ ଦୂରେଇ ରହୁଥିବା ବେଳେ ସାହିତ୍ଯକୁ ଆଗେଇ ନେବା ପାଇଁ ଶ୍ରୀମାନ୍ ଖୁସିରାମଙ୍କ ଏହି ପ୍ରୟାସ ବାସ୍ତବିକ୍ ସ୍ୱାଗତଯୋଗ୍ୟ ।
ପବିତ୍ର ଗହ୍ମାପୂର୍ଣ୍ଣିମା ତଥା ମାଁ ସନ୍ତୋଷୀଙ୍କ ଜନ୍ମଜୟନ୍ତୀ ଅବସରରେ ଏକ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି । ଏହି ଅସାର ରେ ମୁଖ୍ୟ ଅତିଥି ଭାବେ କୋଶଲ ସାହିତ୍ୟ ଏକାଡେମୀର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକ ଉପସ୍ଥିତ ଥିଲେ । ତା ସହିତ ଅନୁଷ୍ଠାନ ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ୱାଳ, ମୁଖ୍ୟ ଉପଦେଷ୍ଟା ଭାରତୀ ରଥ, ସମ୍ପାଦକ ଦୁର୍ଗାଶଙ୍କର ଦେ ସମେତ ଓଡିଶାର କୋଣ ଅନୁକୋଣରୁ ଶତାଧିକ କବି ଓ କବୟତ୍ରୀ ଯୋଗଦାନ କରି ଆସର ଟିକୁ ସଫଳ ମଣ୍ଡିତ କରିଥିଲେ l ସେମାନେ ହେଲେ ଗଜପତି ରୁ ଡ଼. ପ୍ରିୟମ୍ବଦା ସାମଲ, ବାଲେଶ୍ୱର ରୁ ସୁଜାତା ଦାସ, ଗଞ୍ଜାମ ରୁ ରାମ ଚନ୍ଦ୍ର ପ୍ରଧାନ,ବୁଲୁ ବିଷୋୟୀ,ରାୟଗଡା ରୁ ସୁବାସ ଚନ୍ଦ୍ର ସାହୁ,କଳାହାଣ୍ଡି ରୁ ପ୍ରିୟଦର୍ଶିନୀ ମିଶ୍ର, କମଳିନୀ ଚଣ୍ଡି , ଦିଲ୍ଲୀପ କୁମାର ନନ୍ଦୀ,ଭୁବନେଶ୍ୱର ରୁ ରିତା ଅପରାଜିତା ମହାନ୍ତି, କଟକ ରୁ ରାଜ କିଶୋର ମୁଣ୍ଡି, ରାଜଲଷ୍ମୀ ବାରିକ, କେନ୍ଦ୍ରାପଡ଼ା ରୁ ସୁରେନ୍ଦ୍ର ଜେନା,ଗୋବିନ୍ଦ ବେହେରା, ଭଦ୍ରକ ରୁ ସରୋଜ କୁମାର ଓଝା,ଢେଙ୍କାନାଳ ରୁ ଅରୁନ୍ଧତୀ ଲେଙ୍କା, ବଲାଙ୍ଗୀର ରୁ ଶୁଭ୍ରାଂଶୁ ଭୂଷଣ ମେହେର,ନୟାଗଡ଼ ରୁ ଅଶୋକ କୁମାର ନାୟକ, କେନ୍ଦୁଝର ରୁ ସଞ୍ଜୟ କୁମାର ସାହୁ,ସହଦେବ ବେହେରା,ରତିନାରାୟଣ ରାଉତ,ଅନୁଗୋଳ ରୁ କୁମାର ସ୍ୱାଇଁ, ବଲାଙ୍ଗୀର ରୁ ଶରତ ମନହିରା,ବିଜୟ କୁମାର ତାଣ୍ଡି,ଯାଜପୁର ରୁ ସୁରେନ୍ଦ୍ର କୁମାର ବେହେରା,ମାଲକାନଗିରି ରୁ ଭାବଗ୍ରାହୀ ତ୍ରିପାଠୀ ଏବଂ ଦୀପକ କୁମାର ପଣ୍ଡା ପ୍ରମୁଖ ନିଜର ସ୍ୱରଚିତ ସୃଷ୍ଟି ସମ୍ଭାରର ନୈବେଦ୍ୟ ଦେଇ ଉକ୍ତ ଆସରକୁ ଭକ୍ତିମୟ କବିତା ଜରିଆରେ ମାଁ ସନ୍ତୋଷୀଙ୍କ ପଦାରବିନ୍ଦରେ ଅର୍ପଣ କରିଥିଲେ l ଶେଷରେ ସହ ସମ୍ପାଦକ ଦୁର୍ଗାଶଙ୍କର ଦେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
More Stories
ବୋତଲ
ଜୀବନ ଜିଇଁବାକୁ ଏକ ଭିନ୍ନ ବାଟ ଦେଖାଏ ଲଳିତ ମୋହନ ମିଶ୍ରଙ୍କର ପ୍ରଥମ ଗଳ୍ପ ସଙ୍କଳନ ‘ପରିଣୀତା’
ଦୀପାବଳି ଅବସରରେ ବହୁଭାଷୀ କବିତା ପାଠ