NK NEWS ODISHA

News agency Odisha

ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ପକ୍ଷରୁ କ୍ରାନ୍ତି କବିତା ଆସର ଅନୁଷ୍ଠିତ |

Spread the love

ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ପକ୍ଷରୁ କ୍ରାନ୍ତି କବିତା ଆସର ଅନୁଷ୍ଠିତ |

ଓଡଗାଁ : 28/07/2021(ରିପୋର୍ଟ :ସନାତନ ମହାକୁଡ଼ ): ଆଜି ଅପରାହ୍ନ 3 ଘଟିକାରୁ 6 ଘଟିକା ପର୍ଯ୍ୟନ୍ତ ଓଡ଼ଗାଁର ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ଗୁଗୁଲ ମିଟ୍ ମାଧ୍ୟମରେ ଏହାର ତୃତୀୟ କବିତା ଆସର (କ୍ରାନ୍ତି କବିତା ଆସର)ଆୟୋଜନ କରିଛି । ଅନୁଷ୍ଠାନ ତରଫରୁ ନୟାଗଡ଼ ଜିଲ୍ଲା ମହାବୀର କ୍ଷେତ୍ର ଦଶପଲ୍ଲାର କବି କବୟିତ୍ରୀଗଣଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମୁଖ୍ୟଅତିଥି ରୂପେ ନିରାକାରପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ବେଣୁଧର ଦାସ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିବାବେଳେ କାର୍ଯ୍ୟକ୍ରମରେ ପଞ୍ଚାନନ ପଣ୍ଡା ସଭାପତି ଦାୟିତ୍ୱ ତୁଲାଇବା ସହ ସଂସଦର ସଂପାଦକ ଭାବଗ୍ରାହୀ ମହାପାତ୍ର , ସହସମ୍ପାଦକ ଯଶୋବନ୍ତ ପଟ୍ଟନାୟକ କବିତାଗୁଡିକୁ ସଂଯୋଜନା କରିଥିଲେ ।ଦଶପଲ୍ଲା ବ୍ଲକର ଅଗ୍ରଣୀ ଅନୁଷ୍ଠାନ ଗଠନ ପରିବାରର ବରିଷ୍ଠ କବି ହାଡ଼ିବନ୍ଧୁ ମହାଖୁଡ଼,ବିଘ୍ନେଶ୍ୱର ବେହେରା, ପ୍ରଫୁଲ୍ଲ କୁମାର ଦାଶ, ଲିଙ୍ଗରାଜ ପାଣି, ମହେଶ୍ବର ବେହେରା, ସନ୍ତୋଷ କୁମାର ସାହୁ, ପ୍ରମୋଦ କୁମାର ପ୍ରଧାନ, ପ୍ରଭଞ୍ଜନ ସାଥୁଆ,ଅରୁଣ କୁମାର ମହାଖୁଡ଼,ମନୋରଞ୍ଜନ ବରାଡ଼,କଳ୍ପନା ଗଜେନ୍ଦ୍ର ଓ ଶ୍ରଦ୍ଧାଞ୍ଜଳି ମହାନ୍ତି ଆଦି ପ୍ରାୟ 25 ରୁ ଉର୍ଦ୍ଧ୍ବ ସାରସ୍ୱତ ସାଧକ ସାଧିକା ସ୍ୱରଚିତ କବିତା ପାଠ କରିଥିବା ବେଳେ ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର (ଭରଦ୍ଵାଜ), ଉପସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ, ଆବାହକ ପ୍ରହଲ୍ଲାଦ ବେହେରା, ପ୍ରିୟଦର୍ଶନୀ ମହାପାତ୍ର,ରମାକାନ୍ତ ପ୍ରଧାନ, ପ୍ରଭାତି ପଟ୍ଟନାୟକ ପ୍ରମୁଖ ଅନୁଷ୍ଠାନର ସଭ୍ୟସଭ୍ୟାଗଣ ମଧ୍ୟ ଉକ୍ତ ଆସରରେ ଯୋଗଦେଇଥିଲେ । ପରିଶେଷରେ କୋଷାଧ୍ୟକ୍ଷ ରଞ୍ଜନ କୁମାର ଦାଶ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ ପୂର୍ବକ ଅନୁଷ୍ଠାନ ପକ୍ଷରୁ ଇ-ମାନପତ୍ର ପ୍ରଦାନ କରିଥିଲେ ।

%d