କୁରାଳ ମାଟିର ଗର୍ବ ସ୍ବର୍ଗତ ରାସ ବିହାରୀ ଖଟେଇଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

କୁରାଳ ମାଟିର ଗର୍ବ ସ୍ବର୍ଗତ ରାସ ବିହାରୀ ଖଟେଇଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ |

Spread the love
ADVERTISEMENT
ADVERTISEMENT

କୁରାଳ ମାଟିର ଗର୍ବ ସ୍ବର୍ଗତ ରାସ ବିହାରୀ ଖଟେଇଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ |

କୁରାଳ ଇତିହାସ ପୁସ୍ତକ ଉନ୍ମୋଚିତ
ନୂଆଗାଁ : 10/09/2021(ରିପୋର୍ଟ : ନିରଞ୍ଜନ ସାହୁ ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁରାଳ ମାଟିର ଗର୍ବ ବିଶିଷ୍ଟ ଶିକ୍ଷାବିତ୍,ଲେଖକ,ସମାଜ ସଂସ୍କାରକ ତଥା ପଞ୍ଚୁ-ତୁଳସୀ ସଂଗ୍ରହାଳୟର ପ୍ରତିଷ୍ଠାତା, ବ୍ୟାକରଣାଚାର୍ଯ୍ୟ ପଣ୍ଡିତ ସ୍ବର୍ଗତ ରାସବିହାରି ଖଟେଇଙ୍କ ପ୍ରଥମ ପୁଣ୍ୟତିଥି ଆଜି ପାଳନ ହୋଇଯାଇଛି। ସ୍ବର୍ଗତ ଖଟେଇଙ୍କ ସୁପୁତ୍ର ଶିବପ୍ରସାଦ ଖଟେଇ ସୁକନ୍ୟା ସୁମିତ୍ରା ଖଟେଇ ତାଙ୍କର ସ୍ମୃତିଚାରଣ କରିଥିବା ବେଳେ ସ୍ବର୍ଗତ ଖଟେଇଙ୍କ ଲିଖିତ ଓ ଶିବପ୍ରସାଦ ଖଟେଇଙ୍କ ଦ୍ୱାରା ପ୍ରକାଶିତ ହୋଇଥିବା “କୁରାଳ ଇତିହାସ” ଉନ୍ମୋଚନ କରାଯାଇଥିଲା।ଏହି ଉନ୍ମୋଚନ ସଭାରେ ଓଡ଼ଗାଁ ସାମ୍ବାଦିକ ସଂଘର ସଭାପତି ଅଶୋକ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ ।ମୁଖ୍ୟ ଅତିଥି ଭାବେ ରଘୁନାଥ ସମବାୟ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଅଧିବାସ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୁରାଳ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରଚନ୍ଦ୍ର ସାହୁ ଏବଂ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ ଖଟେଇ ଯୋଗଦେଇଥିଲେ।ଶିକ୍ଷକବନ୍ଧୁ ସୁରେଶ ଚନ୍ଦ୍ର ପ୍ରଧାନ,କବି ସାନ୍ତାନୁ ବିଶୋଇ ଏବଂ ସୁମିତ୍ରା ଖଟେଇ ସ୍ବର୍ଗତ ଖଟେଇଙ୍କୁ ନେଇ ସ୍ୱରଚିତ କବିତାମାନ ପଠନ କରିଥିଲେ।

ADVERTISEMENT

ମୁଖ୍ୟ ଅତିଥି ଡକ୍ଟର ଅଧିବାସ ପଣ୍ଡା ସ୍ବର୍ଗତ ଖଟେଇଙ୍କ ପୁସ୍ତକ “କୁରାଳ ଇତିହାସ”କୁ ଉନ୍ମୋଚନ କରି ତାଙ୍କର ଶକ୍ତ ଲେଖନି ଉପରେ ଟିପ୍ପଣୀ ଦେବା ସଙ୍ଗେସଙ୍ଗେ ନିଜସ୍ୱ ଖର୍ଚ୍ଚରେ ନିର୍ମିତ ପଞ୍ଚୁତୁଳସୀ ଯାତ୍ରୀ ବିଶ୍ରାମଗାର,ପାନୀୟଜଳ ପାଇଁ ଖନନ କରିଥିବା ନଳକୂପ ଏବଂ ରାସ୍ତା କଡରେ ସ୍ୱଚ୍ଛତା ଆଣିବା ପାଇଁ ବୃକ୍ଷ ରୋପଣ କାର୍ଯ୍ୟକୁ ଆଲୋଚନା ମାଧ୍ୟମରେ ଭୁରିୟସୀ ପ୍ରସଂଶା କରିଥିଲେ।ସ୍ବର୍ଗତ ରାସବିହାରିତୁଳସୀ ଦୁଇ ପତ୍ରରୁ ବାସିଲାଭଳି ବାଲ୍ୟାବସ୍ଥାରେ କିପରି ମହନୀୟ କାର୍ଯ୍ୟସବୁ କରିଥିଲେ ସେ ଉପରେ ଅତିଥି ଗୌରଚନ୍ଦ୍ର ସାହୁ ଆଲୋକପାତ କରିଥିଲେ।କୁରାଳ ହାଇସ୍କୁଲ ନିର୍ମାଣ ସମୟରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମରଣୋତ୍ତର ଭାବେ ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ସମ୍ମାନିତ ଅତିଥି କୁରାଳ ସରପଞ୍ଚ ଝିଲି ପ୍ରଧାନ ଏବଂ ପୂର୍ବତନ ସରପଞ୍ଚ ବିଜନ ପାଇକରାୟ ସ୍ବର୍ଗତ ଖଟେଇଙ୍କର ସ୍ମୃତିଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପରିଶେଷରେ ସାମ୍ବାଦିକ ଗଣେଶ୍ୱର ସାହୁ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ସାମ୍ବାଦିକ ସାରସ କୁମାର ମିଶ୍ର,ଫକିର ମହାରଣା,ଅର୍ଜୁନ ସାହୁ,ରାମକୃଷ୍ଣ ପରିଡା, ଶିକ୍ଷକବନ୍ଧୁ ଜଗମୋହନ ମିଶ୍ର ଓ ରାଜକିଶୋର ନାୟକ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: