ସାହିତ୍ୟ ପତ୍ରିକା “ଶାମୁକା “ର ପୁନର୍ଜନ୍ମ ନେଇ ଅନୁଷ୍ଠିତ ହେଲା ଆଲୋଚନା ପର୍ବ |
କୋଲକାତା : 24/08/2022(ରିପୋର୍ଟ : ସନାତନ ମହାକୁଡ଼): ମେଦିନିପୁର ଜିଲ୍ଲାର ବାଲିସାଇରୁ ବରୁଣ କୁମାର ଦାସଙ୍କ ସଞ୍ଚାଳନାରେ ଅନୁଷ୍ଠିତ ହୋଇଛି ଶାମୁକା ନାମରେ ଅନ ଲାଇନ ପ୍ରକାଶନ ସମର୍କିତ ବିଶେଷ ଆଲୋଚନା ପର୍ବ । ଦୀର୍ଘ ସମୟ ବ୍ୟବଧାନ ପରେ ପୁଣି ଥରେ ଅତୀତର ଜନପ୍ରିୟ ସାହିତ୍ୟ ପତ୍ରିକା ‘ଶାମୁକା’ ର ପୁନର୍ଜନ୍ମ ନେଇ ଅନୁଷ୍ଠିତ ଏଇ ଆଲୋଚନା ଚକ୍ରରେ ବିଶିଷ୍ଟ ସାରସ୍ଵତ ସାଧକ ମାନଙ୍କ ସମାବେଶ ଥିଲା ପରିପୂର୍ଣ୍ଣ ଗୂଗଲ ମିଟ ମାଧ୍ୟମରେ । ଉପସ୍ଥିତ ସାହିତ୍ୟ କ୍ଷେତ୍ରରେ ପାରଦର୍ଶିମାନେ କରୋନା ମହାମାରୀ ପରିସ୍ଥିତି ରେ ଅନ ଲାଇନ ପତ୍ରିକା ପ୍ରକାଶନ ନେଇ ସର୍ବ ସମ୍ମତ ମତ ପ୍ରକାଶ କରିଥିଲେ । ସର୍ଵ ପ୍ରଥମେ ବିଶିଷ୍ଟ କବି ଶ୍ରୀକୁମାର କବିମାନଙ୍କ ନିରୁତା ହୃଦୟର ନିବିଡ଼ ବଂଧନ କଥା ପାରି ଥିଲେ ଏବଂ ଶାମୁକା ଭଳି ପତ୍ରିକା ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇ ପାରିବା ଉପରେ ଜୋର ଦେଇ ଥିଲେ । ତରୁଣ କୁମାର ଦାସ ପୁରୁଣା ଦିନରେ ଶାମୁକାକୁ ଚଳ ଚଂଚଳ ରଖି ପାରି ଥିବାର ଲହୁ ଲୁହାଣ ଇସ୍ତାହାର ତୋଳି ଧରି ଥିଲେ । ଭଦ୍ରକରୁ ସୌଭାଗ୍ୟ କୁମାର ମଲ୍ଲିକ ପତ୍ରିକା ପ୍ରକାଶନର ବିଭିନ୍ନ ଦିଗ ପ୍ରତି ତାଙ୍କର ଅଭିଜ୍ଞତା ଏବଂ ଆଗାମୀ ସତର୍କତା ଅବଲମ୍ବନ କରିବାର ଚିତ୍ରଣ କରିଥିଲେ । କୋରାପୁଟରୁ ଯୋଡି ହୋଇ ଥିଲେ ଓଡ଼ିଆ ଭାଷାର ଅଧ୍ୟାପକ ଏବଂ ଏଇ ସମୟର ପରିଚିତ କବି ରବି ଶତପଥୀ । ଉଭୟ ଅନ ଲାଇନ ଏବଂ ମୁଦ୍ରିତ ପତ୍ରିକା ଉପରେ ସେ ଆଲୋକପାତ କରିଥିଲେ । ଶାମୁକା ପତ୍ରିକାର ଅନ ଲାଇନ ସହ ସମୟ ସୁଯୋଗ କ୍ରମେ ମୁଦ୍ରିତ ବହି ପ୍ରକାଶ ଦିଗରେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରିଚିତ ଅନୁବାଦକ ,ବ୍ଲଗର ଏବଂ କବି ସନାତନ ମହାକୁଡ଼ ଶାମୁକା ପତ୍ରିକାର ଅନ ଲାଇନରେ ଆଇ ଏସ ଏସ ଏନ ପଞ୍ଜି କରଣ ଏବଂ ପ୍ରସାର ଦିଗରେ ପଦକ୍ଷେପ ଗ୍ରହଣ କରିବା କଥା କହି ଥିଲେ । ଜଟଣୀ ରୁ ଉପସ୍ଥିତ ଥିଲେ ପରିଚିତ କବୟିତ୍ରୀ ଦେବଯାନୀ ରାୟ । କବୟିତ୍ରୀ ସାହିତ୍ୟର ବନ୍ଧନ ଏବଂ ଶାମୁକା ଲାଗି ସମସ୍ତ ପ୍ରକାର ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଥିଲେ ।
ଅନ ଲାଇନ ପତ୍ରିକା ର ପ୍ରସଙ୍ଗରେ ଆଲୋଚନା କରିଥିଲେ ବୟୋଜ୍ୟେଷ୍ଠ କବି ବିଜୟ କୁମାର ମୁଦୁଲି । ଅଧ୍ୟାପକ ଦିଲୀପ କୁମାର ଘୋଷ ପୂର୍ବପରି ମଙ୍ଗ ଧରିବାରେ ଅଙ୍ଗୀକାରବଦ୍ଧ କଥା ଉଲ୍ଲେଖ କରି ଥିଲେ । ବିଶିଷ୍ଟ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କ ଉପସ୍ଥିତି ଏଇ ‘ଶାମୁକା’ ପତ୍ରିକାର ପୁନର୍ଜନ୍ମ ସମ୍ପର୍କରେ ଆଲୋଚନାକୁ ନିଆରା ମାତ୍ରା ଯୋଗ କରିଥିଲା । ଏଇ ପତ୍ରିକାର ଅନ ଲାଇନ ସଂସ୍କରଣ ସହ ସାମିଲ ହେବାର ଇଚ୍ଛା ପ୍ରକାଶ କରିଥିଲେ ବିଶିଷ୍ଟ କବି ସୁକୁମାର ଦାସ , ମୟୁରଭଞ୍ଜ ଜିଲ୍ଲାର ପ୍ରିୟ କବି ଇନ୍ଦ୍ରମଣୀ ବିନ୍ଧାଣି , ଦୈନିକ ସମ୍ବାଦ ପତ୍ର ‘ଧ୍ବନି ପ୍ରତିଧ୍ବନି’ର ସମ୍ପାଦିକା ସୈରୀନ୍ଦ୍ରୀ ସାହୁ , ବିଶିଷ୍ଟ ସମାଜସେବୀ ଓ ‘ସୁନା ଭଉଣୀ’ର ସମ୍ପାଦିକା ବିଜୟଲଷ୍ମୀ ମହାପାତ୍ର ,ଭୁବନେଶ୍ୱର ର ଗାୟକ ଓ ଚିତ୍ରକର ନନୀ ଗୋପାଳ ଏବଂ ସମ୍ବଲପୁରୀ ଭାଷାର ନୂଆ ଚମକ ଅଧ୍ୟାପକ ଫିରୋଜ କୁମାର ପଟେଲ ।
More Stories
ବୋତଲ
ଜୀବନ ଜିଇଁବାକୁ ଏକ ଭିନ୍ନ ବାଟ ଦେଖାଏ ଲଳିତ ମୋହନ ମିଶ୍ରଙ୍କର ପ୍ରଥମ ଗଳ୍ପ ସଙ୍କଳନ ‘ପରିଣୀତା’
ଦୀପାବଳି ଅବସରରେ ବହୁଭାଷୀ କବିତା ପାଠ