ଆମ ସ୍କୁଲ ଆମ ଗାଁରେ ରହୁ, ସରକାରଙ୍କୁ ଅନୁରୋଧ କଲେ ଗ୍ରାମବାସୀ ଓ ଛାତ୍ର ଛାତ୍ରୀଙ୍କ |
ନୂଆଗାଁ : 14/08/2021(ରିପୋର୍ଟ :ନିରଞ୍ଜନ ସାହୁ ): ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଅନେକ ଯୋଜନା ପ୍ରଣୟନ କରି ଗ୍ରାମାଞ୍ଚଳର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି | ଲକ୍ଷ ଲକ୍ଷ ରାଜସ୍ବ ବିନିଯୋଗ କରି ନିର୍ମିତ ହୋଇଛି ବିଦ୍ୟାଳୟ | ଦୀର୍ଘ ବର୍ଷ ଧରି ଚାଲୁଥିବା ଅନେକ ପ୍ରାଥମିକ ବିଦ୍ୟାଳୟ ପିଲା ଅଭାବରୁ ବନ୍ଦ ହେଲାଣି | ଏମିତି ଏକ ବିଦ୍ୟାଳୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ହରିପୁର ପଞ୍ଚାୟତ ଜୟପୁର ଗ୍ରାମରେ | ଦର୍ଶକ ବନ୍ଧୁ ଏଠାରେ କହି ରଖୁଛୁ ଯେ , 2012 ମସିହା ଅଗଷ୍ଟ 17 ତାରିଖରେ ଏହି ଗ୍ରାମରେ ନିର୍ମିତ ହୋଇଥିଲା “ଜୟପୁର ପ୍ରାଥମିକ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ” | ଏଠାରେ ପିଲାମାନଙ୍କର ପାଠ ପଢା ପାଇଁ ପକ୍କା ଘର ନିର୍ମାଣ ସହିତ ଶିକ୍ଷକ ନିଯୁକ୍ତି କରାଯାଇଥିଲା |
କିନ୍ତୁ ସରକାରଙ୍କ ନୂତନ ନିୟମ ଅନୁସାରେ ସବୁ ଠିକ ଠାକ୍ ଥିଲା ବେଳେ ବର୍ତମାନ ଏଠାରେ 19 ଜଣ ପିଲା ଅଛନ୍ତି ଓ ନାମ ଲେଖାଇବା ପାଇଁ 8 ଜଣ ଅଛନ୍ତି | କିନ୍ତୁ ପ୍ରଧାନ ଶିକ୍ଷକ ପିଲାଙ୍କ ନାମ ଲେଖା ହୋଇପାରିବ ନାହିଁ ବୋଲି କହୁଛନ୍ତି | ଗାଁ ନିକଟ ବିଦ୍ୟାଳୟରେ ପିଲାମାନେ ନାମ ଲେଖାଇ ପାରିବେ ବୋଲି କହୁଛନ୍ତି |
ଏହି କାରଣରୁ ଗ୍ରାମବାସୀ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସହ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି | ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଭେଟି ମଧ୍ୟ ନିଜର ଦୁଃଖ ଜଣାଇଛନ୍ତି ଗ୍ରାମବାସୀ | ଏଥିରେ ଗ୍ରାମବାସୀଙ୍କ ସହିତ ଗାଁ ସଭାପତି ପାଣୁ ବେହେରା ଗାଁ ବିଦ୍ୟାଳୟ ଗାଁ ରେ ରହିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …