ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଆଇନମନ୍ତ୍ରୀଙ୍କ ପଦଯାତ୍ରା : ବିଜେପି ଛାଡି ବିଜେଡିରେ ଯୋଗଦେଲେ 25ରୁ ଉର୍ଦ୍ଧ ବିଜେପି କର୍ମୀ |
ମାହାଙ୍ଗା : 02/10/2021(ରିପୋର୍ଟ : ଅକ୍ଷୟ ସିଂହ ): ଜାତିର ଜନକ ଅହିଂସାର ପ୍ରତୀକ ମହାତ୍ମାଗାନ୍ଧୀ ଓ ଭାରତର ଶାନ୍ତିଦୂତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମଦିନ ଅବସରରେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଏକ ଶାନ୍ତି ଓ ସଦଭାବନା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଗାନ୍ଧୀ ଶିକ୍ଷାଶ୍ରମ କଇଥା ଚମ୍ପାପୁର ଠାରୁ ଏହି ଯାତ୍ରା ଆରମ୍ଭ ହୋଇ ଭେଡା ରାମକୃଷ୍ଣପୁର ଜଟାଧାରୀ ଆଶ୍ରମ ଠାରେ ସମାପ୍ତ ହୋଇଥିଲା |
କଇଥା ଠାରେ ଗାନ୍ଧୀ ସ୍ମାରକୀ ସ୍ମୁତିକୁ ଶତାଧିକ ଜନସାଧାରଣ ଦର୍ଶନ କରି ବାପୁଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ |ଏହି ପଦଯାତ୍ରାରେ ବ୍ଲକ ଚେୟାରମ୍ୟାନ ଶରତ ନାୟକ, ପୂର୍ବତନ ଚେୟାରମ୍ୟାନ ରାଜକିଶୋର ଜେନା, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ବ୍ଲକ ଉପାଧ୍ୟକ୍ଷା ରସିଦା ବେଗମ, ଜିଲାପରିଷଦ ସଦସ୍ୟ ହୃଷିକେଶ ସ୍ୱାଇଁ, ମୋନାଲିସା ଦାଶ,ପ୍ରଶାନ୍ତ ପଟ୍ଟନାୟକ, ଉମାଶଙ୍କର ବିଶ୍ୱାଳ, ଭବାନୀ ସାମଲ,ବିଶ୍ୱେଶ୍ୱର ମହାନ୍ତି, ନିରଞ୍ଜନ ବିଶ୍ୱାଳ,ସୁସ୍ମିତା ଦାସ,ତ୍ରିନାଥ ଜେନା ହେମନ୍ତ ପ୍ରଧାନ, ପ୍ରମୁଖ ଯୋଗଦେଇଥିଲେ |
ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭେଡା ପଞ୍ଚାୟତରୁ 25 ରୁ ଉର୍ଦ୍ଧ୍ଵ ବିଜେପି କର୍ମୀ ମନ୍ତ୍ରୀ ଶ୍ରୀ ଜେନାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେବା ଦେଖୁବାକୁ ମିଳିଥିଲା |
ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଭେଡା ପଞ୍ଚାୟତରେ ବିଜୁ ଜନତା ଦଳର ସଦ୍ଭାବନା ପଦଯାତ୍ରା ପହଂଚିବା ପରେ ସେଠାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା | ଦୀର୍ଘଦିନ ହେଵ ବିଜେପିରେ ରହି ଆଗୁଆ କର୍ମୀ ଭାବେ କାର୍ଯ୍ୟ କରିଆସୁଥିବା 27 ଜଣ ବ୍ୟକ୍ତି ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେବା ଦେଖିବାକୁ ମିଳିଥିଲା |
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ସ୍ଥାନୀୟ ବିଧାୟକ ତଥା ଆଇନି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ଉପରେ ଆସ୍ଥା ପ୍ରକଟକରି ଏମାନେ ବିଜେଡିରେ ମିଶିବା ପ୍ରତିକ୍ରିୟାରେ କହିଥିଲେ |
More Stories
ଆଗାମୀ ଦିନରେ ଓଡିଶାରେ ହ୍ରାସ ପାଇବ ସର୍ବନିମ୍ନ ତାପମାତ୍ରା
ଓଡିଶାରେ ନିର୍ବାଚନ ଏବଂ ରାଜନୈତିକ ଧାରା: ଭବିଷ୍ୟତ କ’ଣ?
ଓଡ଼ିଶା ମୁଖ୍ୟମନ୍ତ୍ରୀ ନୁଆଖାଇରେ ୪୪.୫୬ ଲକ୍ଷ କୃଷକ ପରିବାରକୁ KALIA ସହାୟତା ବଣ୍ଟନ କରିଛନ୍ତି |