ରାଜ୍ୟ ସ୍ତରୀୟ ମାଟିଲଗ୍ନା ଛାତ୍ର ମେଧା ସମ୍ମାନ କାର୍ଯ୍ୟକ୍ରମର ଶୁଭାରମ୍ଭ
ମାଲକାନଗିରି :25/09/2021(ରିପୋର୍ଟ :ସନାତନ ମହାକୁଡ଼): ମାଆ, ମାତୃଭୂମି ଓ ମାତୃଭାଷାର ସୁରକ୍ଷାପାଇଁ ଗତ ଏକବର୍ଷ ଧରି ଓଡ଼ିଶାର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରଚାର ପ୍ରସାର କରୁଛି ମାଟିଲଗ୍ନା ସାହିତ୍ୟ ସଂସଦ | ମାଲକାନଗିରି ଭଳି ଏକ ଅନୁନ୍ନତ ତଥା ପଛୁଆ ଜିଲ୍ଲାରେ ରାଜ୍ୟ ସ୍ତରୀୟ ଛାତ୍ର ମେଧା ସମ୍ମାନ କାର୍ଯ୍ୟକ୍ରମକୁ ଆଜି ସ୍ଥାନୀୟ ଦୀପ୍ତି କନଭେଣ୍ଟ ଇଂରାଜୀ ବିଦ୍ୟାଳୟ ସଭାଗୃହରେ ଶୁଭାରମ୍ଭ ହୋଇଛି | ରାଜ୍ୟ କମିଟି ସଭାପତି କିଶୋର ଚନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ସଭାପତିତ୍ବ କରିଥିଲେ |
ଏହି ଐତିହାସିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବନ ବିଭାଗ ରେଞ୍ଜର ଜଗନ୍ନାଥ ପ୍ରସାଦ ବିଷୋୟୀ ଯୋଗ ଦେଇଥିଲେ | ବିଷୋୟୀ କହିଲେ ଯେ,” ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ଏଭଳି ସାହିତ୍ୟ ଅନୁଷ୍ଠାନ ଆରମ୍ଭ କରି ସମଗ୍ର ଓଡ଼ିଶାକୁ ପ୍ରତିନିଧିତ୍ଵ କରୁଥିବା ଯୋଗୁଁ ଏହା ନିଶ୍ଚିତ ଭାବରେ ଏକ ସାଧୁ ଉଦ୍ୟମ । “
ମୁଖ୍ୟ ବକ୍ତା ଭାବେ ପୂର୍ବତନ ଅଧ୍ୟାପକ ଡଃ ସରୋଜ କୁମାର ଦାଶ ଓ ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ, ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଉଦାହରଣ ମାନ ଦେଇ ଜୀବନର ବାସ୍ତବ ଚିତ୍ର କୁ ଉପସ୍ଥାପନ କରି ଥିଲେ ।
ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଗୋପୀକୃଷ୍ଣ ପଟ୍ଟନାୟକ, ମାଲକାନଗିରି ଜିଲ୍ଲା ଶିକ୍ଷକ ସଂଘର ସଭାପତି ନୀଳକଣ୍ଠ ବେହେରା,ଶିକ୍ଷାବିତ୍ ସିମାଞ୍ଚଳ ପଣ୍ଡା, ସମାଜସେବୀ ଓମ୍ ପ୍ରକାଶ ଟାୱରୀ,ଶିକ୍ଷାବାତ୍ ଅନନ୍ତ କିଶୋର ନନ୍ଦ, ଶିକ୍ଷାବିତ୍ ରମେଶ ଚନ୍ଦ୍ର ମଲ୍ଲା ଯୋଗଦାନ କରିଥିଲେ | ବଣମଲ୍ଲୀମାନଙ୍କୁ ସାଉଁଟି ଆଣି ସେମାନଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇ ଦେବାକୁ ସେମାନେ ଆହ୍ବାନ ଦେଇଥିଲେ ।
ଏହି ଐତିହାସିକ ମଞ୍ଚକୁ ପରିଚାଳନା କରିଥିଲେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ସିଷ୍ଟର ଗ୍ରାସୀ ଓ ସହକାରୀ ଶିକ୍ଷକ ଉମା ଶଙ୍କର ମହାରଣା |
ଶେଷରେ ବକ୍ତୃତା, ସାଧାରଣ ଜ୍ଞାନ, କବିତା ଆବୃତ୍ତି, ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ଉପକୃତ ହୋଇଥିବା 15 ଜଣ କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନବନିର୍ବାଚିତ ଶିକ୍ଷକ ସଂଘ ର ସଭାପତି ନୀଳକଣ୍ଠ ବେହେରା, ସମାଜ ସେବୀ ଓମ୍ ପ୍ରକାଶ ଟାୱରୀ ଓ ବରିଷ୍ଠ ସାହିତ୍ୟିକ ସିମାଞ୍ଚଳ ପଣ୍ଡାଙ୍କୁ ଉତ୍ତୋରଣୀୟ ଦେଇ ମାଟିଲଗ୍ନା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
More Stories
ଆଗାମୀ ଦିନରେ ଓଡିଶାରେ ହ୍ରାସ ପାଇବ ସର୍ବନିମ୍ନ ତାପମାତ୍ରା
ଓଡ଼ିଶା ମୁଖ୍ୟମନ୍ତ୍ରୀ ନୁଆଖାଇରେ ୪୪.୫୬ ଲକ୍ଷ କୃଷକ ପରିବାରକୁ KALIA ସହାୟତା ବଣ୍ଟନ କରିଛନ୍ତି |
ଗୀତା ମେହେଟ୍ଟା: ଶବ୍ଦ ମାଧ୍ୟମରେ ଭାରତର ରହସ୍ୟ ଉନ୍ମୋଚନ