ବନ ମହୋତ୍ସବ ସପ୍ତାହର ଶେଷ ଦିନରେ ବନ ବିଭାଗ ଦ୍ବାରା( ୫୭ ) ନମ୍ବର ଜାତୀୟ ରାଜପଥଠାରୁ ମିନାଗାଡିଆ ପର୍ଯ୍ୟନ୍ତ ଚାରା ରୋପଣ ।
ନୂଆଗାଁ : 07/07/2021(ରିପୋର୍ଟ :ନିରଞ୍ଜନ ସାହୁ ): ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ବନଖଣ୍ତ ଅଧିକାରୀ ଧନରାଜ ଏଚ.ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ନୂଆଗାଁ ସମିତିସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେବା ସହ ପ୍ରଥମେ ମହାଲିମ୍ବ ବୃକ୍ଷରୋପଣ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।
ବନ ମହୋତ୍ସବ ସପ୍ତାହର ଆଜି ଶେଷ ଦିନରେ ବନ ବିଭାଗ ଦ୍ବାରା( ୫୭ ) ନମ୍ବର ଜାତୀୟ ରାଜପଥଠାରୁ ମିନାଗାଡିଆ ପର୍ଯ୍ୟନ୍ତ ଚାରା ରୋପଣ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ବନଖଣ୍ତ ଅଧିକାରୀ ଧନରାଜ ଏଚ.ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। pic.twitter.com/zFWtHSZMiG
— Nayagarh khabar (@NayagarhK) July 7, 2021
ଏହି କାର୍ଯ୍ୟକ୍ରମରେ ଏସସିଏଫ ଶ୍ବେତାଲିନା ସାହୁ, ମହିପୁର ବନାଂଚଳ ଅଧିକାରୀ ଅଭୟକାନ୍ତ ରଥ, ମହିତମା ବନପାଳ ରାକେଶ କୁମାର ସାହୁ, କୋରଡା ସରପଂଚ ଗୋଲାପ ନାୟକ, ପୂର୍ବତନ ସରପଂଚ ଗୋଲଖ ବିହାରୀ ଗୋଚ୍ଛାୟତ, ବନରକ୍ଷୀ ସୁଧାକର ସାହୁ, ବିନାୟକ ଜେନା, ବିଜୟ କୁମାର ସାହୁ, ଶ୍ରଦ୍ଧାଞ୍ଜଳୀ ସାହୁ, ଶ୍ରୀକାନ୍ତ ସାହୁ, ସମାଜସେବୀ ସାଇ ପ୍ରସାଦ ମିଶ୍ର, ପ୍ରଶାନ୍ତ ଗୋଚ୍ଛାୟତ, ବିରଂଚି ନାରାୟଣ ଚମ୍ପତି ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ରୁ ନିରଂଜନ ସାହୁ ।
More Stories
ଭକ୍ତିର ନୈବେଦ୍ଯ ସ୍ୱରୂର ମୂଦ୍ରାରେ ସଜ୍ଜିତ ହେଲା ଶ୍ରୀ ସତ୍ଯ ଗଣପତି ମନ୍ଦିର
ଅବ୍ୟବସ୍ଥା ଘେରରେ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ସମସ୍ତ ମୌଳିକ ସୁବିଧା ପାଇଁ ଦାବୀ
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ