କୁଜାମେଣ୍ଢୀ ସ୍ୱାସ୍ଥ୍ୟ କେନ୍ଦ୍ର ହେଲା ସୌନ୍ଦର୍ଯ୍ୟକରଣ ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

କୁଜାମେଣ୍ଢୀ ସ୍ୱାସ୍ଥ୍ୟ କେନ୍ଦ୍ର ହେଲା ସୌନ୍ଦର୍ଯ୍ୟକରଣ !

Spread the love
ADVERTISEMENT
ADVERTISEMENT

କୁଜାମେଣ୍ଢୀ ସ୍ୱାସ୍ଥ୍ୟ କେନ୍ଦ୍ର ହେଲା ସୌନ୍ଦର୍ଯ୍ୟକରଣ !

କୁଜାମେଣ୍ଢି : 10/07/2021 (ରିପୋର୍ଟ : ପ୍ରକାଶ କୁମାର ନାୟକ ) ରାଜ୍ୟ ସରକାର ଡାକ୍ତରଖାନା ଆଧୁନିକୀକରଣ ଯୋଜନାରେ ରାଜ୍ୟବାସୀଙ୍କୁ ଉର୍ନତ ଏବଂ ଆଧୁନିକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ବଦଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଜାମେଣ୍ଢି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ରୂପରେଖ | ପୂର୍ବରୁ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ନିମନ୍ତେ ଭିତିଭୂମି ଏବଂ ସ୍ୱାସ୍ଥ୍ୟ ସମ୍ବଦ୍ଧିୟ ସମସ୍ତ ଚିକିତ୍ସା ସୁବିଧାର ଅଭାବ ରହିଥିବା ବେଳେ ବର୍ତମାନ ବିଶେଷକରି ଅନ୍ତଃ ବିଭାଗ, ବହିଃ ବିଭାଗ , ମହିଳା, ଶିଶୁ ଏବଂ ପୁରୁଷ ମାନଙ୍କ ନିମନ୍ତେ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟସେବା ମିଳିପାରୁଛି |

ADVERTISEMENT

ବିଶେଷଭାବେ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୌନ୍ଦର୍ଯ୍ୟ କରଣ କରିବାପାଇଁ ବିଭିନ୍ନ ଜାତୀୟ ଫୁଲ ଗଛ ଲଗାଯିବା ସହିତ ଗୃହ କାନ୍ଥରେ ନିରୋଗୀ ସମ୍ବନ୍ଧୀୟ ଜନ ସଚେତନତା ବାର୍ତ୍ତା ଉଲେଖ କରାଯାଇଛି ଏବଂ ବିଭିନ୍ନ ଚିତ୍ର ଓ କାରୁକାଯ୍ୟ କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ସୁସ୍ଥ ବାତାବରଣ ପରିବେଶରେ ସଜାଯାଇଛି | ଯାହାଫଳରେ କୁଜାମେଣ୍ଢି ଅଞ୍ଚଳର ସମସ୍ତ ଜନସାଧାରଣ ସୌନ୍ଦର୍ଯ୍ୟକରଣ ଥିବା ସ୍ୱାସ୍ଥ୍ୟକେନ୍ଦ୍ର କୁ ଆସି ଖୁସି ଅନୁଭବ ହେବା ସହିତ ସାଧାରଣରେ ଆଲୋଚନା ହେଉଛି |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: