କୁଜାମେଣ୍ଢି ଆଶ୍ରମ ବିଦ୍ୟାଳୟରେ ସରଗୀଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

କୁଜାମେଣ୍ଢି ଆଶ୍ରମ ବିଦ୍ୟାଳୟରେ ସରଗୀଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ |

Kujamendhi Ashram Vidyalaya hosts Sargiful program
Spread the love
ADVERTISEMENT
ADVERTISEMENT

କୁଜାମେଣ୍ଢି ଆଶ୍ରମ ବିଦ୍ୟାଳୟରେ ସରଗୀଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ |

ଦଶପଲ୍ଲା : 13/12/2021( ରିପୋର୍ଟ – ପ୍ରକାଶ କୁମାର ନାୟକ ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ସୀମାନ୍ତ ଆଦିବାସୀ ଅଧୁଷିତ ଅଞ୍ଚଳ କୁଜାମେଣ୍ଢି ଗ୍ରାମ ପଞ୍ଚାୟତରେ ଥିବା ଆଶ୍ରମ ବିଦ୍ୟାଳୟ କୁଜାମେଣ୍ଢିର ରୂପରେଖ ବଦଳିବା ସହିତ ବିଗତ ତିନି ବର୍ଷ ପୂର୍ବରୁ ସ୍କୁଲର ଅନେକ ବିକାଶ ହୋଇଛି l ବିଦ୍ୟାଳୟର ବିକାଶ ଏବଂ ଉନ୍ନତି କାର୍ଯ୍ୟକ୍ରମ ପାଇଁ ପ୍ରଧାନ ଶିକ୍ଷୟତ୍ରୀ ଲଷ୍ମୀପ୍ରିୟା ବେହେରା ଏବଂ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାନେତ୍ରୀ କଳ୍ପନା ରାଣୀ ନାୟକଙ୍କର ଅନେକ ଅବଦାନ ରହିଛି l ଅଭିଭାବକମାନେ ବିଦ୍ୟାଳୟର ପରିବେଶ , ଶିକ୍ଷା ଏବଂ ସଂସ୍କାର ସହିତ ପିଲାଙ୍କୁ ବିଭିନ୍ନ କଳା , ସଂସ୍କୃତିକୁ ନେଇ ଶିକ୍ଷା ଦିଆଯାଉଥିବା ପ୍ରଣାଳୀକୁ ମଧ୍ୟ ସ୍ୱାଗତ କରି କାର୍ଯ୍ୟକ୍ରମରେ ସହଯୋଗ କରନ୍ତି l ଓଡିଶା ସରକାରଙ୍କ ବିଦ୍ୟାଳୟରେ ଅଧୟନରତ ସମସ୍ତ ଛାତ୍ର ଛାତ୍ରୀଙ୍କ ମନରେ ଶିକ୍ଷାର ଆଗ୍ରହ ଏବଂ ଉତ୍ସାହର ଉଦ୍ଧିପନା ନିମନ୍ତେ ଅଭିନଵ ପ୍ରୟାସକୁ ସ୍ୱାଗତ କରାଯାଇ ଆଜି କୁଜାମେଣ୍ଢି ଆଶ୍ରମ ବିଦ୍ୟାଳୟ ଠାରେ ସରଗୀ ଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ADVERTISEMENT

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ଭାଗ ନେଇ ନିଜର ସଂଗୀତ ତଥା ସାଂସ୍କୃତିକ ନୃତ୍ୟ ପରିବେଷଣ , ଏବଂ ବିଭିନ୍ନ ଚିତ୍ରରେ ଝୋଟି ଲିପି ଅନ୍ୟ ଛାତ୍ର ଛାତ୍ରୀଙ୍କ ଦିଗଦର୍ଶନ ପାଲଟିଛନ୍ତି l କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲଷ୍ମୀପ୍ରିୟା ବେହେରା ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରକାଶ କୁମାର ନାୟକ ପରିଚାଳନା କରିବା ସହିତ ଶିକ୍ଷୟତ୍ରୀ ମମିତା ମେହେର ଏବଂ ଶିକ୍ଷକ ମଦନ କହଁର ସହିତ ଗୀତାଞ୍ଜଳି ନାୟକ ସମ୍ପୂର୍ଣ ସହଯୋଗ କରିଥିଲେ l

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: