ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ : କଛପ ଗତିରେ ଚାଲିଛି ନିର୍ମାଣ କାର୍ଯ୍ୟ ।
ନୟାଗଡ଼ 🙁 ନୟାଗଡ଼ ରୁ ନିଉଜ୍ ହେଡ୍ ଙ୍କ ରିପୋର୍ଟ ) ଧିର ମନ୍ଥର ଗତିରେ ଚାଲିଛି ପଶ୍ଚିମ ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ। ଠିକାସଂସ୍ଥାର ଇଛାଶକ୍ତିର ଅଭାବ ସାଙ୍ଗକୁ ନିର୍ମାଣ କାର୍ଯ୍ୟରେ ବାଧକ ସାଜୁଛି ଜମି ଅଧିଗ୍ରହଣ ଓ ବିଦ୍ୟୁତ୍ ସ୍ଥାନାନ୍ତରଣ କାର୍ଯ୍ୟ। ଫଳରେ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।
289 କି.ମି ଦୈର୍ଘ୍ୟ ବିଶିଷ୍ଟ ଏହି ରେଳପଥ ନିର୍ମାଣ ଉପରେ ନଜର ପକାଇଲେ ପ୍ରଥମ ପର୍ଯ୍ୟାୟରେ ଏହା ନୟାଗଡ଼ ଓ ପରେ ନୟାଗଡ଼ ଠାରୁ ମହିପୁର ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇଛି।
ଏହାମଧ୍ୟରେ ମହିପୁର ଠାରୁ ନୂଆଗାଁ ପର୍ଯ୍ୟନ୍ତ ରେଳ ଲାଇନ୍ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପରବର୍ତ୍ତୀ ସମୟରେ ଯୁଦ୍ଧକାଳୀନ ଭିତ୍ତିରେ ଦଶପଲ୍ଲା ପର୍ଯ୍ୟନ୍ତ ନିର୍ମାଣ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଏ ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ସୋରଡ଼ାଠାରେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଥିବା ବେଳେ କିଛି ସ୍ଥାନରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଛି। ଏଥିସହିତ ଜଳସମ୍ପଦ ବିଭାଗ ପକ୍ଷରୁ ଅନୁମତି ମିଳି ପାରୁନଥିବା ହେତୁ 5ଟି ସ୍ଥାନରେ ସେତୁ ନିର୍ମାଣ କାର୍ଯ୍ୟ ହୋଇପାରୁନାହିଁ।
ଏପରିକି ପ୍ରାୟ 20ଟି ସ୍ଥାନରେ ବିଦ୍ୟୁତ୍ ତାର ପରିବର୍ତ୍ତନ ହୋଇ ପାରୁନଥିବା ହେତୁ ନିର୍ମାଣ କାର୍ଯ୍ୟରେ ବାଧକ ସୃଷ୍ଟି ହେଉଛି। ଏହି ରେଳପଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ସେଭଳି ଗୁରୁତ୍ବ ଦିଆଯାଉନଥିବା ଦେଖିବାକୁ ମିଳିଛି। ପ୍ରଥମେ ଜୁନ୍ 2021ରେ ଦଶପଲ୍ଲାକୁ ରେଳ ଚଳାଚଳ କରିବା ପାଇଁ ଲକ୍ଷ ରଖାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଜୁନ୍ 2022 ସୁଦ୍ଧା ଦଶପଲ୍ଲା କୁ ରେଳ ଗଡିବ ବୋଲି ଆଶାକରାଯାଉଛି ।
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଭବାନୀପାଟଣା ଠାରେ କିସ୍ ଦ୍ୱାରା ପ୍ରତିଷ୍ଠିତ ବିଦ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ |
ଏଣିକି SHG ସଦସ୍ୟମାନେ ବିଦ୍ୟାଳୟକୁ ଯୋଗାଇବେ ସ୍କୁଲ ୟୁନିଫର୍ମ