NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ : ଚାଷୀ ଆନ୍ଦୋଳନକୁ ସମର୍ଥନ ଦେଲା ଜାତୀୟ କଂଗ୍ରେସ !

Khordha-Balangir railway line: National Congress supports farmers' movement!
Spread the love
ADVERTISEMENT

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ : ଚାଷୀ ଆନ୍ଦୋଳନକୁ ସମର୍ଥନ ଦେଲା ଜାତୀୟ କଂଗ୍ରେସ !

ଦଶପଲ୍ଲା : 12/06/2022: (ରିପୋର୍ଟ : ମଧୁମିତା ପଟ୍ଟନାୟକ): ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ,ବୁଗୁଡା କଲୋନୀ, ଆଦିବାସୀଙ୍କ ଚାଷଜମି, ରେଳପଥ ନିର୍ମାଣ ପାଇଁ ବ୍ୟବହାର ହେଉଥିବାବେଳେ ସେମାନଙ୍କୁ ଅନ୍ଧାରରେ ରଖାଯାଇଛି । ଜମି ବାବଦ ସହାୟତା ରାଶି ସେମାନଙ୍କୁ ମିଳିବ ନା ନାହିଁ ତାହା ମଧ୍ୟ ତାଙ୍କୁ ସୂଚନା ଦିଆଯାଉନାହିଁ । ଭୂ-ଅର୍ଜନ ଅଧିକାରୀଙ୍କ ଦେଖା ମିଳୁ ନଥିବାବେଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବୁଗୁଡ଼ା କଲୋନୀବାସୀ ଦୁଇ ମାସ ହେବ ଧାରଣାରେ ବସିଥିଲେ ମଧ୍ୟ ,ସେଥିପ୍ରତି ପ୍ରତି କାହାରି ନିଘା ନାହିଁ ।

ଆଜକୁ ୭୨ ଦିନ ହେଲା ଧାରଣା ଦେଇ ଆଦିବାସୀମାନେ ଏବେ ଧୈର୍ଯ୍ୟହରା ହେବା ଅବସ୍ଥାରେ ପହଞ୍ଚିଛନ୍ତି । ବୁଗୁଡା ଷ୍ଟେସନ ପାଇଁ ବୁଗୁଡ଼ା କଲୋନୀବାସୀଙ୍କ ସମସ୍ତ ଜମି ଅଧିଗ୍ରହଣ ଆବଶ୍ୟକ ଥିବାବେଳେ ଜଙ୍ଗଲଜମିର ଆଳ ଦେଖାଇ ରେଳ ବିଭାଗ ବିନା କ୍ଷତିପୂରଣରେ ଏହାକୁ ନେଇଯିବାକୁ ବସିଛି ।

ଏହାର ପ୍ରତିବାଦରେ ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ବ , ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରି ,ନୟାଗଡ଼ ଜିଲ୍ଲା କଂଗ୍ରେସ ଓବିସି ସେଲ୍ ର ଅଧ୍ୟକ୍ଷ – ନାରାୟଣ ସାହୁ , ଜିଲ୍ଲା ମହିଳା କଂଗ୍ରେସର ପୂର୍ବତନ ସଭାନେତ୍ରୀ – ଉମାରାଣୀ ପାଣି , ଦଶପଲ୍ଲା ନଗର ସଭାପତି – ବିନୋଦ ବିହାରି ମିଶ୍ର , ଦଶପଲ୍ଲା ବ୍ଲକ କଂଗ୍ରେସ ସଭାପତି ବୁଲୁ ପରିଡ଼ା , ଯୁବନେତା ଶ୍ରୀକାନ୍ତ ଗୁରୁ ( ଲାଲା ) ଯୋଗଦେଇ ଆନ୍ଦୋଳନକାରି ଆଦିବାସୀ ଭାଇଭଉଣୀଙ୍କୁ ସମସ୍ତ ପ୍ରକାରର ଦାବି କୁ ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବି କରି, ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି । ୧୯୫୫ରୁ ସରକାର ବିଭିନ୍ନ ଜଙ୍ଗଲ ମଧ୍ୟରେ ରହିଥିବା ଆଦିବାସୀଙ୍କୁ ଆଣି ଏଠାରେ ଥଇଥାନ କରିଥିବାବେଳେ ଜଙ୍ଗଲ ଜମି ଅଧିକାର ପଟ୍ଟା ପ୍ରଦାନ କରିଛନ୍ତି । ମାତ୍ର ଏହାକୁ ଅଣଦେଖା କରି ସେମାନଙ୍କ କ୍ଷତିପୂରଣ ଦେବା ବଦଳରେ ଜମି ଛଡ଼ାଇ ନେବାକୁ ଉଦ୍ୟମ ଚାଲିଥିବା ଅଭିଯୋଗ କରିଛନ୍ତି । ଏହାର ସମାଧାନ କରିବା ପାଇଁ ଜିଲ୍ଲା କଂଗ୍ରେସ ର କର୍ମକର୍ତ୍ତା ଦାବି କରିଛନ୍ତି ।

ADVERTISEMENT
ADVERTISEMENT
%d bloggers like this: