କରାଣ୍ଡିଆ ଶାଖା କେନାଲ ପୋଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର !
କଟକ: 06-06-2023: (ରିପୋର୍ଟ -ଅକ୍ଷୟ କୁମାର ସିଂହ)
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି କରାଣ୍ଡିଆ ଶାଖା କେନାଲ ପୋଲ ଉପରେ ପଡିଛି ଅଜଣା ବ୍ୟକ୍ତି ଙ୍କ ଶବ, କଟକ ନେମାଳ ଥାନା ତରତ ଶାସନ ପଣ୍ଡା ସାହି ନିକଟ କରାଣ୍ଡିଆ ଶାଖା କେନାଲ ପୋଲ ଉପରେ ଆଜି ସକାଳୁ ଜଣେ ଅଜଣା ବ୍ୟକ୍ତି ସୋଇଥିବା ଦେଖିବାକୁ ମିଳିଥିଲା। ତେବେ ସ୍ଥାନୀୟ ଲୋକ ତାଙ୍କୁ ଡାକିବାରୁ ସେ କୌଣସି ଉତ୍ତର ନଦେବାରୁ ସନ୍ଦେହ ପ୍ରକାଶ କରି 108ଆମ୍ବୁଲାନ୍ସ ଓ ନେମାଳ ପୋଲିସକୁ ଖବର ଦେଇଥିଲେ ।
ଖବର ପାଇ ଆମ୍ବୁଲାନ୍ସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ ହେଁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଜଣାପଡିନାହିଁ |
ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଗତକାଲି ରାତିରେ ସେ ଜୀବିତ ଥିଲେ ଏବଂ ଏହି ପୋଲ ଉପରେ ଶୋଇଥିଲେ ତାଙ୍କ ଘର ଜଗତସିଂହପୁର ଜିଲ୍ଲା ବୋଲି ଶୁଣିବାକୁ ମିଳୁଛି। ଅନ୍ୟପଟେ ଶବ ବ୍ୟବଚ୍ଛେଦ ପାଇଁ ନେମାଳ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି କଟକକୁ ସ୍ଥାନାନ୍ତରିତ କରିଛି।
More Stories
ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟସ୍ ପ୍ରତିଯୋଗିତା ଉଦଯାପିତ
କୋଟଗଡ ଅଭୟାରଣ୍ୟ ରେ ବାଘ ଗଣନା କାର୍ଯ୍ୟ ଆରମ୍ଭ
ପାରିବାରିକ କଳହର କରୁଣ ପରିଣତି : ଚାରି ବର୍ଷର ଶିଶୁ କନ୍ୟା କୁ ହତ୍ୟା କଲା ଜନ୍ମ କଲା ମା