ଦଶପଲ୍ଲାର ଆଦିବାସୀ ଅଂଚଳରେ କଙ୍ଗାରୁ କୋର୍ଟ |
★ ଗୁଣିଗାରେଡି ସଂଦେହର କରୁଣ ପରିଣତି
★ 4 ଜଣଙ୍କୁ ଖୁଆଇଲେ ଗଧ ଓ ମଣିଷ ବିଷ୍ଟା
★ 6 ଘଣ୍ଟାଧରି ଖୁଣ୍ଟିରେ ବାନ୍ଧି ମାରିଲେ ମାଡ଼
ଦଶପଲ୍ଲା : 23/10/2021(ରିପୋର୍ଟ : ରତ୍ନାକର ହୋତା): ଦଶପଲ୍ଲା ବ୍ଲକ୍ ଆଦିବାସୀ ଅଧ୍ୟୁଷିତ ଚଡେୟାପଲ୍ଲୀ ଗ୍ରାମରେ ଘଟିଛି ଏକ ଅମାନୁଷିକ ଘଟଣା । ବିଗତ 6 ମାସ ତଳେ କୈଣଷି କାରଣରୁ ମରିଥିବା ଜଣେ ଲୋକର ମୃତ୍ୟୁ ଘଟଣାକୁ ନେଇ ଜଣେ ମହିଳା ନିଜକୁ ଠାକୁରାଣୀ ଆସିଛି ବୋଲି କହିବା ସହ ଗ୍ରାମର କିଛି ଲୋକଙ୍କୁ ଗୁଣି କରି ମାରି ଦେଇଛନ୍ତି କହିଥିଲା ।
ଏଇ ଘଟଣାରେ ଗ୍ରାମବାସୀମାନେ ସଭା ଡକାଇ ସେଠାକୁ ସନ୍ତୋଷ କୁମାର ନାୟକ , ବିଦ୍ୟା ନାୟକ , ଭରତ ନାୟକ , ବିଘ୍ନରାଜ ସେଠୀଙ୍କୁ ଡକାଇ ସେମାନଙ୍କୁ ଦଉଡ଼ି ଦ୍ଵାରା ଖୁଣ୍ଟରେ 6ଘଣ୍ଟା ଧରି ବାନ୍ଧିରଖି ପ୍ରବଳ ମାଡ଼ ମାରିବା ସହ ସେମାନଙ୍କୁ ମଣିଷ ବିଷ୍ଣା , ଗଧ ବିଷ୍ଣା ଖୁଆଇଥିଲେ । ନିର୍ଯାତନାର ଶିକାର ହୋଇଥିବା 4ଜଣ ବ୍ୟକ୍ତି ଗତ 19 ତାରିଖରେ ବାଣିଗୋଛା ଥାନାକୁ ଆସି ଘଟଣା ଘଟାଇଥିବା ସଂଜୟ . ନାୟକ , ରୋହିତ ନାୟକ , କୃଷ୍ଣ ନାୟକ , ଅଲେଖ ପ୍ରଧାନ , ଭରତ ପ୍ରଧାନ ପ୍ରଭୃତିଙ୍କ ନାମରେ ଅଭିଯୋଗ କରିଥିଲେ ।
ଏହା ମଧ୍ୟରେ 5 ଦିନ ବିତିଯାଇଥିଲେ ହେଁ ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ଓଲଟି ବାଣୀଗୋଛା ପୋଲିସ୍ ଅଭିଯୋଗକାରୀମାନଙ୍କୁ ମାନସିକ ନିର୍ଯାତନା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜୀବନ ବଞ୍ଚାଇବା ପାଇଁ ଅଭିଯୋଗକାରୀମାନେ ଜଙ୍ଗଲ ଭିତରେ ଲୁଚି ବୁଲୁଛନ୍ତି ।
ବାଣିଗୋଛା ଥାନା ଆଇ ଆଇ ସି ବୈଦ୍ୟନାରାୟଣ ଭୋଇଙ୍କ କହିବା ଅନୁଯାୟୀ ଆମେ ଅଭିଯୁକ୍ତମାନଙ୍କୁ ଡାକି ଏହାର ଏକ ଆପୋଷ ସମାଧାନ କରିବାକୁ ଚେଷ୍ଟା କରୁଛୁ । ବାଣୀଗୋଛା ଥାନା କେସ୍ ନଂ 58 / ତା – 20/10/ 2021 ରେ କେସ୍ ପଞ୍ଜିକୃତ ହୋଇଥିବାବେଳେ ଉପରିସ୍ଥ ଅଧିକାରୀ ଏଥିରେ ହସ୍ତକ୍ଷେପ କରିବା ଜରୁରୀ ହୋଇପଡିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …