NK NEWS ODISHA

News agency Odisha

ଓଡ଼ଗାଁ ବ୍ଲକ ରେ ସାମ୍ବାଦିକ ସଂଘ ଗଠିତ।

Spread the love

ଓଡ଼ଗାଁ ବ୍ଲକ ରେ ସାମ୍ବାଦିକ ସଂଘ ଗଠିତ।

ଓଡ଼ଗାଁ : 11/07/2021(ରିପୋର୍ଟ : ନିରଞ୍ଜନ ସାହୁ/ରବିନ୍ଦ୍ର କୁମାର ସାହୁ): ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଓଡ଼ଗାଁ ପୂର୍ତ ବିଭାଗ ଡାକ ବଙ୍ଗଳା ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ଗାଁ ବ୍ଲକ ର ବିଭିନ୍ନ ଅଞ୍ଚଳ ରୁ ସାମ୍ବାଦିକ ମାନଙ୍କୁ ଏକତ୍ରିତ କରି ଏକ ସଂଘ ଗଠିତ ହୋଇଥିଲା ।

ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ସାମ୍ବାଦିକ ସଂଘ ଗଠିତ ହୋଇଥିବା ବେଳେ ଓଡ଼ଗାଁ ବ୍ଲକରେ ତାହା ହୋଇପାରିନଥିଲା । ଫଳରେ ବିଭିନ୍ନ ସମୟରେ ସରକାରୀ ଅଫିସରେ ସାମ୍ବାଦିକ ମାନଙ୍କୁ ଅଣଦେଖା କରିଆସୁଥିବା ସହିତ ବିଭିନ୍ନ ଅସାମାଜିକଙ୍କ ଲୋକଙ୍କ ଆକ୍ରୋଶର ଶିକାର ହେଉଥିଲା | ଏଣୁ ଆଜି ଏକ ଶୁଭମୁହୁର୍ତ୍ତରେ ସାମ୍ବାଦିକ ସଂଘ ଗଠିତ ହୋଇଛି |

ଏଥିରେ ସଭାପତି ଭାବେ ଅଶୋକ ମହାପାତ୍ର ଦାୟୀତ୍ୱ ଗ୍ରହଣ କରିଥିଲେ ଉପସଭାପତି ଭାବେ ଆଦର୍ଶ କୁମାର ପଟ୍ଟନାୟକ , ସମ୍ପାଦକ ଭାବେ ଗଣେଶ୍ୱର ସାହୁ , କୋଷାଧ୍ୟକ୍ଷ ସାରସ କୁମାର ମିଶ୍ର , ଦାଇତ୍ୱ ଗ୍ରହଣ କରିଥିଲେ |


ସଭାପତି ଅଭିଭାଷଣରେ କହିଥିଲେ ସାମ୍ବାଦିକ ସୁରକ୍ଷା ଓ ସମ୍ମାନ ସହ ଏକତା ହୋଇ କାମ କରିବାକୁ ସମସ୍ତଙ୍କୁ ବୁଝେଇଥିଲେ | ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟନାୟକ ତାଙ୍କର ସଙ୍ଘର୍ଷମୟ ସାମ୍ବାଦିକତାର କିଛି ଅଭୁଲା କଥା ତାଙ୍କ ଭାଷଣରେ ରଖିଥିଲେ । କାର୍ଯ୍ୟକାରି ସଭାପତି ଭାବେ ଫକିର ମୋହନ ମହାରଣା , ସୁବ୍ରତ କୁମାର ସାହୁ ,
ରାମକୃଷ୍ଣ ପରିଡ଼ା ଯୋଗଦେଇ ନିଜନିଜର ଅଭିଜ୍ଞତା ପ୍ରକାଶ କରିଥିଲେ ।

%d