NK NEWS ODISHA

News agency Odisha

ବେଆଇନ ମାଟି ଉଠାର ଖବର ସଂଗ୍ରହ କରୁଥିବା ବେଳେ ଆକ୍ରମଣର ଶିକାର ହେଲେ ସାମ୍ବାଦିକ !

Journalist was attacked while collecting news of illegal soil extraction!
Spread the love

ବେଆଇନ ମାଟି ଉଠାର ଖବର ସଂଗ୍ରହ କରୁଥିବା ବେଳେ ଆକ୍ରମଣର ଶିକାର ହେଲେ ସାମ୍ବାଦିକ !

ନିଶ୍ଚିନ୍ତକୋଇଲି:18/06/2023(ରିପୋର୍ଟ: ଅଷ୍ଖୟ କୁମାର ସିଂହ): ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଅର୍ଗସ ଚ୍ୟାନେଲରେ କର୍ତ୍ତବ୍ୟରତ ସାମ୍ବାଦିକ ଅସିତ ସାମଲଙ୍କୁ ମରଣାତ୍ମକ ଆକ୍ରମଣ |ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକଟିଆ ଗ୍ରାମପଞ୍ଚାୟତର ସହଦେବପୁର ଗ୍ରାମରେ ମସ୍ତରା ମଠର ବେଆଇନ ମାଟି ଉଠାର ଖବର ସଂଗ୍ରହ ବେଳେ କିଛି ଅସାମାଜିକ ବ୍ୟକ୍ତି ହଠାତ୍ ଉତ୍ୟକ୍ତ ଅବସ୍ଥାରେ ଆସି ଅର୍ଗସ ଚ୍ୟାନେଲର କାର୍ଯ୍ୟରତ ସାମ୍ବାଦିକ ଅସିତ ସାମଲଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହିତ ତାଙ୍କର ମୋବାଇଲ ଫୋନ,କ୍ୟାମେରା ,ମୋଟର ସାଇକେଲ ଛଡାଇ ନେଇଥିଲେ |

ଅପରପଖେ ଅସିତଙ୍କୁ ଘଟଣା ସ୍ଥଳରୁ ଅନ୍ୟ ସାମ୍ବାଦିକ ଭାଇ ଉଦ୍ଧାର କରି ମେଡିକାଲରେ ଭର୍ତ୍ତୀ କରିଥିଲେ ଏବଂ ପୋଲିସ ଘଟଣାସ୍ଥଳରେ ପହଁଚି ମୋବାଇଲ ଫୋନ ଏବଂ ମୋଟର ସାଇକେଲ ଉଦ୍ଧାର କରିଛି |

ମେଡିକାଲରୁ ଆସିବା ପରେ ନେମାଳ ଥାନାରେ ଅର୍ଗସ ସାମ୍ବାଦିକ ଅସିତ ସାମଲ ଏକ ଲିଖିତ ଅଭିଯୋଗ କରିଛନ୍ତି ଏବଂ ପୋଲିସ କେଶ ନମ୍ବର 2023/92ତଦନ୍ତ ଆରମ୍ଭ କରିଛି |ଏହି ଘଟଣାକୁ ନେଇ ସାମ୍ବାଦିକ ମହଲରେ ଦୃଢ଼ ନିନ୍ଦା କରିବା ସହିତ 24 ଘଣ୍ଟା ଭିତରେ ଦୋଷୀକୁ ଯଦି ଗିରଫ କରାନଯାଏ ଧାରଣାକୁ ଓଲ୍ଲାଇବେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଯାହା ସୂଚନା ମିଳିଛି |

%d bloggers like this: