NK NEWS ODISHA

News agency Odisha

ଦଶପଲ୍ଲା ପାଟ୍ଟମାଳ ଗ୍ରାମରେ କୁମାର ପୂର୍ଣ୍ଣିମାରେ ମାଆ ମଙ୍ଗଳାଙ୍କ ପୀଠରେ ଝାମୁଯାତ୍ର ଅନୁଷ୍ଠିତ |

Jhamuyatra is held on the pedestal of Maa Mangala on the Kumar Purnima in Dashpalla Pattmal village.
Spread the love

ଦଶପଲ୍ଲା ପାଟ୍ଟମାଳ ଗ୍ରାମରେ କୁମାର ପୂର୍ଣ୍ଣିମାରେ ମାଆ ମଙ୍ଗଳାଙ୍କ ପୀଠରେ ଝାମୁଯାତ୍ର ଅନୁଷ୍ଠିତ |

ଦଶପଲ୍ଲା : 21/10/2021: ( ରିପୋର୍ଟ – ପ୍ରକାଶ କୁମାର ନାୟକ ): ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ମାଳିସାହି ଅନ୍ତର୍ଗତ ପଟ୍ଟାମାଳ ଗ୍ରାମରେ କୁମାର ପୁର୍ଣିମା ଦିନ ମାଆ ମଙ୍ଗଳାଙ୍କ ପୀଠରେ ଝାମୁଯାତ୍ରାର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଆଶ୍ୱିନ ମାସ ପୁର୍ଣିମା ଦିନ ଠାରୁ ଆରମ୍ଭ ହୋଇ କୁମାର ପୁର୍ଣିମା ପର୍ଯ୍ୟନ୍ତ ମାଆ ମଙ୍ଗଳା କୋଠିରୁ ବାହାରି ଗାଁ ଗାଁରେ ବୁଲି ପୂଜା ପାଆନ୍ତି | ପୂର୍ଣମୀ ଦିନ ନିଆଁ କୁଣ୍ଡରେ ଭକ୍ତଙ୍କ ସହ ଚାଲନ୍ତି |

ପୂର୍ବରୁ ମାନସିକ କରିଥିବା ବ୍ୟକ୍ତି ମାନେ ମଙ୍ଗଳାଙ୍କୁ ଧରି ମାଳିସାହି ଓ ପଟ୍ଟାମାଳ ଦୁଇ ସାହି ପରିକ୍ରମା କରିବା ସହ କୋଠି ନିକଟରେ ନିଆଁ କୁଣ୍ଡରେ ଚାଲନ୍ତି l ମା’ଙ୍କ ନଗର ପରିକ୍ରମା ସମୟରେ ସମସ୍ତ ଘର ଆଗରେ ଭକ୍ତ ମାନେ ଚିତା ପକେଇ କଳସ ଉପରେ ଆମ୍ବଡାଳ ରଖି ମା ମଙ୍ଗଳା ଙ୍କୁ ସ୍ୱାଗତ ଜଣେଇଥାନ୍ତି l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ବ୍ଲକ ଅଧକ୍ଷା ସୁନନ୍ଦା ସାହୁ , ବଣିକ ସଂଘ ସଭାପତି ଅଲେଖ ସାହୁ , ସମାଜସେବୀ ବୈକୁଣ୍ଠ ନାଥ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ

%d