NK NEWS ODISHA

News agency Odisha

ଘର ପୋଡିବାର 10 ମାସ ବିତିଯାଇଥିଲେ ମଧ୍ୟ ମିଳିଲାନି ସରକାରୀ ସହାୟତା : ଜାରିପାଲ ତଳେ ବିତୁଛି ଜୀବନ !

It's been 10 months since the house was burned down, but no government assistance has been found.
Spread the love

ଘର ପୋଡିବାର 10 ମାସ ବିତିଯାଇଥିଲେ ମଧ୍ୟ ମିଳିଲାନି ସରକାରୀ ସହାୟତା : ଜାରିପାଲ ତଳେ ବିତୁଛି ଜୀବନ !

ନୂଆଗାଁ : 19/10/2021(ରିପୋର୍ଟ :ନିରଞ୍ଜନ ସାହୁ ): ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ ଆରମ୍ଭ କରିଛନ୍ତି । କିନ୍ତୁ ପଛୁଆବର୍ଗ ତଥା ଆଦିବାସୀଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ସେମାନଙ୍କୁ ବିକାଶ ପଥରେ ଆଗେଇ ନେବାପାଇଁ ସରକାର ଆହରହ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ କିଛି ଅଫିସରଙ୍କ ଅବହେଳା ଯୋଗୁଁ ଗାଁ ଗହଳିରେ ଲୋକମାନେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ।

ଏମିତି ଏକ ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଆଦିବାସୀ ବହୁଳ ଗୁମୀ ପଂଚାୟତର କେସେଣ୍ଡା ଗ୍ରାମରୁ | ସୂଚନା ଅନୁସାରେ ଗତ ଦଶମାସ ତଳେ ଏହି ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗ୍ରାମବାସୀଙ୍କ ଘର ପୋଡି ହୋଇଯାଇଥିଲା |
ସେ ସମୟରେ ଅନେକ ଅଫିସର ଏବଂ ନେତା ଖାଦ୍ୟ, ପୋଷାକ ଲୁଗା ପଟା ଆଦି ସହାୟତା ପ୍ରଦାନ କରିଥିଲେ ।

ଜରିପାଲ ଦେଇ ଦାୟିତ୍ୱ ସାରିଦେଇଥିଲେ ପ୍ରଶାସନ | ଏବେ ମଧ୍ୟ ସେହି ଜରିପାଲ ତଳେ ପ୍ରଦିପ କୁମାର ମଳିକ , ବରୁଣ ଜାନି ନାଉରୀ ମଳିକ , ପ୍ରମିଳା ମଲ୍ଲିକ ଆଦି ଗ୍ରାମବାସୀ ରହୁଛନ୍ତି |

ବଡ଼ ପରିତାପର ବିଷୟ ଯେ, ଘର ପୋଡିବାର ଦୀର୍ଘ 10ମାସ ପରେ ବି ମିଳିନି ଆବାସ ଯୋଜନା | ଫଳରେ ସରକାରୀ ସହାୟତା ଅପେକ୍ଷାରେ ଏହି ଚାରି ପରିବାର |

ଏହି ବିଷୟରେ ତହସିଲଦାରଙ୍କ ସହିତ ଯୋଗାଯୋଗ କରିବାରୁ, ସେ କହିଥିଲେ ଜିଲାପାଳଙ୍କ ଅଫିସରେ ଫାଇଲ୍ ଅଛି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୁଷ୍ଟି ଦେବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

%d