ନୟାଗଡ଼ ପଠାଣି ସାମନ୍ତ ଅଡିଟରିଓମ୍ ରେ ଅନୁଷ୍ଠିତ ହେଲା
ସମର୍ଦ୍ଧନା ସଭା
ନୟାଗଡ଼:20/08/2021: ନୟାଗଡ ପଠାଣି ସାମନ୍ତ ଅଡିଟରିୟମ୍ ରେ ଆଜି ଅନୁଷ୍ଠିତ ହେଲା ସମର୍ଦ୍ଧନା ସଭା। ଏହି ସମର୍ଦ୍ଧନା ସଭା ରେ ଆଜି ଶ୍ରୀ ପ୍ରମୋଦ ପଟ୍ଟନାୟକ (ବନୁ ଭାଇ)ଙ୍କୁ ନବ ନିଯୁକ୍ତ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ସଭାପତି ଭାବେ ସମର୍ଦ୍ଧନା କରାଯାଇଥିଲା । ଏହି ସଭାରେ ବେଣୁଧର ପଣ୍ଡା (ରାଜ୍ୟ ସାଧାରଣ ସମ୍ପାଦକ), ସଭାର ସଭାପତି ପ୍ରଦୀପ୍ତ ରଥ, ଦୀପକ ମହାପାତ୍ର (ରାଜ୍ୟ ସମ୍ପାଦକ),IJOU ର ବରିଷ୍ଠ ସମ୍ପାଦକ ପ୍ରଭାକର ଶିରୋମଣି (ଉତ୍କଳ ସାମ୍ୱାଦିକ ସଂଘ), କିଶୋର ମହାପାତ୍ର, ଶୁଭେନ୍ଦୁ ଦାସ, ରାଜ୍ୟ ସଭାର ନିର୍ବାଚନ ଅଧିକାରୀ ବିଶ୍ଵନାଥ ପଣ୍ଡା, ବାପୁ ଦଳବେହେରା, ଜିଲ୍ଲା ସଂଖ୍ୟା ଲଘୁ ସମ୍ପାଦକ ଶେଖ୍ ଅହିମ ଏବଂ ଦଶପଲ୍ଲା ,ନୟାଗଡ , ଗଣିଆ ଭଳି ଅନେକ ଡିଜିଟାଲ ମିଡ଼ିଆ ର ମେମ୍ବର ମାନେ ଆଜି ଵନୁ ଭାଇଙ୍କୁ ସମର୍ଧିତ କରିଥିଲେ ।
ଆଉ ଆଗାମୀ ଦିନରେ ଡିଜିଟାଲ ମିଡ଼ିଆ କିପରି ତାର ସମସ୍ତ ସାମ୍ୱାଦିକ ମାନେ ସୁରକ୍ଷା ବଳୟ ଭିତରେ ରହି ନିରପେକ୍ଷ ଭାବରେ ତାଙ୍କର ଖବର ପ୍ରସାରଣ କରିବ ସେ ପ୍ରତି ପ୍ରଥମେ ଦୃଷ୍ଟି ଦିଆଯିବ ବୋଲି ନବ ନିଯୁକ୍ତ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର ସଭାପତି ପ୍ରମୋଦ କୁମାର ପଟ୍ଟନାୟକ କହିଥିଲେ ।
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |
ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମହିଳା |