NK NEWS ODISHA

News agency Odisha

ଅନଲାଇନ ପତ୍ରିକା ‘ଶ୍ରେୟସୀ’ ପକ୍ଷରୁ ଅନ୍ତର୍ଜାତୀୟ ବହୁଭାଷୀ କବିତା ପାଠ |

A front ranking Bengali poet Rana Zaman from Bangladesh was in the neuclius of an international multilingual poets' meet held on Subho Sosti on behalf of shreyashi online magazine from Balisai in the district of Purba Medinipur.
Spread the love

ଅନଲାଇନ ପତ୍ରିକା ‘ଶ୍ରେୟସୀ’ ପକ୍ଷରୁ ଅନ୍ତର୍ଜାତୀୟ ବହୁଭାଷୀ କବିତା ପାଠ |

କୋଲକାତା : 12/10/2021(ରିପୋର୍ଟ :ସନାତନ ମହାକୁଡ଼ ): ଦୁର୍ଗାପୂଜାର ପୂଣ୍ୟ ଅବସରରେ ଅନୁଷ୍ଠିତ ହୋଇଛି ଚର୍ଚ୍ଚିତ ଅନ୍ତର୍ଜାତୀୟ ବହୁ ଭାଷୀ କବିତା ଆସର । ବାଲିସାଇ ,ପୂର୍ବ ମେଦିନିପୁରରୁ ପ୍ରକାଶିତ ଅନ-ଲାଇନ ପତ୍ରିକା ‘ଶ୍ରେୟସୀ’ ପକ୍ଷରୁ ଆୟୋଜିତ ଏଇ ଅନୁଷ୍ଠାନରେ ବହୁ ଭାଷୀ କବିମାନଙ୍କ ସମାଗମ ହୋଇଥିଲା ।ପ୍ରତିବେଶୀ ଦେଶ ବାଂଲାଦେଶରୁ ଉପସ୍ଥିତ ଥିଲେ ବରେଣ୍ୟ କବି ରାନା ଜ଼ାମାନ । ଓଡ଼ିଆ ଭାଷାରେ କବିତା ପାଠ କରିଥିଲେ ସୌଭାଗ୍ୟ କୁମାର ମଲ୍ଲିକ ,ସନାତନ ମହାକୁଡ଼ ,ବିଜୟ କୁମାର ମୁଦୁଲି ପ୍ରମୁଖ । ବଙ୍ଗଳା କବିତା ପାଠ କରିଥିଲେ ଅଧ୍ୟାପିକା ଲିପିକା ପଣ୍ଡା ,ପ୍ରଣବ କୁମାର ଭଟାଚାର୍ୟ୍ଯ ,କୃଷ୍ନା ପାଲ ,ପଦ୍ମଲୋଚନ କରଣ ,ଦେବାଶିଷ ସରଖେଳ ,ପଲ୍ଲବୀ ଦାସ ,ବର୍ଣ୍ଣାଲୀ ରାୟ, ସ୍ଵପନ ପାହାଡ଼ି ଏବଂ ମନନ ସାହିତ୍ୟ ପତ୍ରିକାର ସମ୍ପାଦକ ଡ଼ଃ ଅଲୋକ ନାଥ ମିଶ୍ର ।

ଇଂରାଜୀ ଭାଷାରେ ସ୍ୱରଚିତ କବିତା ପାଠ କରିଥିଲେ ନାଗାଲାଣ୍ଡରୁ ପ୍ରିୟ ରଞ୍ଜନ ଦାସ,ବାଂଲାଦେଶରୁ ରାନା ଜ଼ାମାନ ଏବଂ ଦିଲ୍ଲୀରୁ ଭାରତୀୟ ସୈନ୍ୟବାହିନୀରେ କର୍ମ ରତ ନୀଳକମଲ ଜାନା । ଡ଼ଃ ଗଗନ ଚନ୍ଦ୍ର ଦେଙ୍କ ସଂସ୍କୃତ କବିତା ଅନୁଷ୍ଠାନର ଶ୍ରୀବୃଦ୍ଧି କରିପାରି ଥିଲା । ଫିରୋଜ କୁମାର ପଟେଲଙ୍କ ସମ୍ବଲପୁରୀ କବିତା ସର୍ଵ ସମାଦ୍ରୁତ ହୋଇଥିଲା ।ଛତିଶଗଡ଼ ରୁ ହିନ୍ଦୀ ଭାଷାରେ ବ୍ୟଙ୍ଗ କବିତା ପାଠ କରିଥିଲେ ବିଶିଷ୍ଟ କବି ଗୋବିନ୍ଦ ପାଲ ଏବଂ ଅଜିତ କୁମାର ରାୟ ।

ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥିବା ଏଇ ଅନୁଷ୍ଠାନକୁ ଯୌଥ ସଞ୍ଚାଳନା କରିଥିଲେ ସମ୍ପାଦକ ବରୁଣ କୁମାର ଦାସ ଏବଂ ଧାମରା ବନ୍ଦରର ଡେପୁଟି ମ୍ୟାନେଜର ସୌଭାଗ୍ୟ କୁମାର ମଲ୍ଲିକ । ଉକ୍ତ ଅନୁଷ୍ଠାନଟି ବହୁ ସାହିତ୍ୟ ପ୍ରେମୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।

%d