NK NEWS ODISHA

News agency Odisha

କେନ୍ଦ୍ରାପଡା କଲେଜରେ ପହଁଚିଲା ଭାରତ ପାକିସ୍ତାନ ଯୁଦ୍ଧ ଟ୍ୟାଙ୍କ, ଦେଖିବାକୁ ଲୋକଙ୍କ ଭିଡ |

India-Pakistan war tank arrives at Kendrapara College, crowd to watch
Spread the love

କେନ୍ଦ୍ରାପଡା କଲେଜରେ ପହଁଚିଲା ଭାରତ ପାକିସ୍ତାନ ଯୁଦ୍ଧ ଟ୍ୟାଙ୍କ, ଦେଖିବାକୁ ଲୋକଙ୍କ ଭିଡ |

କେନ୍ଦ୍ରାପଡ଼ା :18/10/2021(ରିପୋର୍ଟ :ଅକ୍ଷୟ କୁମାର ସିଂହ): କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟରେ ପହଞ୍ଚିଛି ଭାରତ -ପାକିସ୍ତାନ ଯୁଦ୍ଧରେ ବ୍ୟବହାର ହୋଇଥିବା ଏକ ଟ୍ୟାଙ୍କ । ମହାରାଷ୍ଟ୍ରର ପୁନେରୁ ଏହା ଅଣାଯାଇଛି । ଭାରତ ସୀମାରେ ପାକିସ୍ତାନ ସହିତ 1971 ମସିହା ଯୁଦ୍ଧରେ ଏହିT-55 ନାମକ ଟ୍ୟାଙ୍କଟି ବ୍ୟବହାର କରାଯାଇଥିଲା ।

ଏହି ଯୁଦ୍ଧାସ୍ତ୍ର ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଧିକ ଜ୍ଞାନ କୌଶଳ ସୃଷ୍ଟିକରିବା ସହିତ ଦେଶାତ୍ମବୋଧକତା ସୃଷ୍ଟିକରିବାକୁ ଏହି ଯୁଦ୍ଧାସ୍ତ୍ରଟିକୁ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟର ମେନ୍ ବିଲଡିଂର ସମ୍ମୁଖଭାଗରେ ସ୍ଥାପନକରାଯିବ ବୋଲି ଜଣାପଡିଛି ।

ଏହି ମହାବିଦ୍ୟାଳୟର ଦୁଇଜଣ ଛାତ୍ର ଭାରତୀୟ ସୈନ୍ୟ ବିଭାଗରେ କାର୍ଯ୍ୟକରୁଥିବାରୁ ସେମାନେ ଏହି ଅଚଳ ଟ୍ୟାଙ୍କ ଟିକୁ ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗରୁ ସ୍ବୀକୃତି ଆଣି କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟକୁ ପଠାଇଥିବା କଲେଜର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ସୂଚନା ଦେଇଛନ୍ତି । ଏଥିପାଇଁ କଲେଜ ପ୍ରାୟ 7 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି ।

%d