ସ୍ୱାଧିନତାର ଅମୃତ ମହୋତ୍ସବ ଉତ୍ସବରେ ମନ ମୋହିଲା ଜାତୀୟତାବାଦୀ ଏକକ ଅଭିନୟ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ସ୍ୱାଧିନତାର ଅମୃତ ମହୋତ୍ସବ ଉତ୍ସବରେ ମନ ମୋହିଲା ଜାତୀୟତାବାଦୀ ଏକକ ଅଭିନୟ |

Independent India @75: Amrut ceremony
Spread the love
ADVERTISEMENT
ADVERTISEMENT

ସ୍ୱାଧିନତାର ଅମୃତ ମହୋତ୍ସବ ଉତ୍ସବରେ ମନ ମୋହିଲା ଜାତୀୟତାବାଦୀ ଏକକ ଅଭିନୟ |

ଦଶପଲ୍ଲା : 28/10/2021(ରିପୋର୍ଟ :ରତ୍ନାକର ହୋତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରାର ବାବା ସିଦ୍ଧେଶ୍ବର ମହାଦେବଙ୍କ ମନ୍ଦିର ପ୍ରାଗଂଣରେ ସ୍ବାଧିନତାର ଅମୃତ ମହୋତ୍ସବ ସ୍ୱତନ୍ତ୍ର ଭାରତ @ 75 ପାଳିତ ହୋଇଛି |କରୋନା ନିୟମ ଅନୁପାଳନ ପୂର୍ବକ ଅକ୍ଟୋବର 27 ଓ 28 ତାରିଖ ଦୁଇଦିନ ଧରି ମହା ସମାରୋହରେ ପାଳିତ ହୋଇଯାଇଛି ।

ADVERTISEMENT

ପ୍ରଥମ ଦିବସରେ ଟାକରା ଗ୍ରାମପଂଚାୟତର 60 ଜଣ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ନେଇ ରଂଗୋଲି ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାରେ ସରୋଜିନୀ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ସୁପ୍ରଭା ସାହୁ ଦ୍ବିତୀୟ ଓ ବିମଳା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଦ୍ବିତୀୟ ତଥା ଅନ୍ତିମ ଦିନର ପ୍ରଥମ ପର୍ଯ୍ୟାୟରେ ସ୍ବଛ୍ଛ ଭାରତ ଓ ସୁସ୍ଥ ଭାରତ ଗଠନର ନାରା ଦେଇ ଏକ ବିଶାଳ ସଚେତନତା ଶୋଭାଯାତ୍ରା ଟାକରା ବଜାର ପରିକ୍ରମା କରିଥିଲା ।

ପରବର୍ତ୍ତୀ ବୈଠକରେ ମୂଖ୍ୟ ଅତିଥି ଭାବରେ ପ୍ରାକ୍ତନ ଅଧ୍ୟକ୍ଷ ଡ. ସରୋଜ କୁମାର ନାୟକ, ସମ୍ମାନୀତ ଅତିଥି ଉପନ୍ୟାସିକ, କବି ଐତିହାସିକ ଶ୍ରୀଯୁକ୍ତ ହାଡିବଂଧୁ ମହାଖୁଡ, ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ନାୟକ, ସ୍ଥାନୀୟ ସମାଜସେବୀ ଜଗବନ୍ଧୁ ଆଚାର୍ଯ୍ୟ, ଯୁବ ସଂସଦ ସଭାପତି ପ୍ରକାଶ କୁମାର ବିଶ୍ବାଳ ଓ ଏକକ ନାଟକର ବିଚାରପତି ଭାବରେ ବରିଷ୍ଠ ସାମ୍ବାଦିକ ଶୁଶାନ୍ତ କୁମାର ସାହୁ ଆସନ ଅଳଂକୃତ କରିଥିଲେ ।

ଓଡିଶା ମାଟିରେ ସ୍ବାଧିନତା ସଂଗ୍ରାମ ଓ ସ୍ବାଧିନତା ସଂଗ୍ରାମୀ ଓ ଦଶପଲ୍ଲାରେ ସ୍ବାଧିନତା ସଂଗ୍ରାମର ଆଦ୍ୟପର୍ବ କନ୍ଧମେଳି ଉପରେ ପୁଂଖାନୁପୁଂଖ ଆଲୋଚନା କରିଥିଲେ । ଦଶପଲ୍ଲା କନ୍ଧମେଳିର ଆଦ୍ୟକ୍ଷେତ୍ର ବିଚାର ପଥର ଓ ପଦ୍ମତୋଳାର ଐତିହାସିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ ।

ଛୋଟ ଛୋଟ ଶିଶୁମାନଙ୍କ ଦ୍ବାରା ଅଭିନିତ ଜାତୀୟତାବାଦୀ ଏକକ ନାଟକର ବେଶ୍ ଚିତ୍ତାକର୍ଷକ ହୋଇଥିଲା । ଝାନ୍ସୀରାଣୀ ଲକ୍ଷ୍ମୀବାଇ ଭୂମିକାରେ ଅଭିନୟ କରିଥିବା ଇସିତା ପ୍ରୀୟଦର୍ଶିନୀ ସାହୁ ପ୍ରଥମସ୍ଥାନ ଅଧିକାର କରିଥିବାବେଳେ ତାଙ୍କ ଅଭିନୟ ସମସ୍ତ ଦର୍ଶକଙ୍କୁ ଆଭିଭୂତ କରିଥିଲା ।

ଏହି ସଭାକୁ ସନ୍ତୋଷ କୁମାର ସାହୁ, ଅଭିମନ୍ୟୁ ସାହୁ ,ସୁକାନ୍ତ କୁମାର ଜାନୀ, ନାରୀନେତ୍ରୀ ସବିତା ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିବା ବେଳେ, ସଂଯୋଜକ ରବିନାରାୟଣ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: