ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର
ଦଶପଲ୍ଲା : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, କୁମ୍ଭକର୍ଣ୍ଣ ନିଦ୍ରାରେ ବନ ବିଭାଗ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନ ବରକୋଳା ବିଟ ବରକୋଳା ହରିଜନ ସାହିରେ। ସବୁଦିନ ଭଳି ଆଜି ସକାଳୁ ଗୋବିନ୍ଦ ନାଏକ ଆମ୍ବ ଗୋଟାଇବା ଏବଂ କାଠ ପାଇଁ ପାଖ ଜଙ୍ଗଲକୁ ଜାଇଥିଲେ କିନ୍ତୁ ଭାଗ୍ୟର ବିଡମ୍ବନା ସବୁଦିନ ଭଳି ଆଜି ମଧ୍ୟ ଖୁସିରେ ଫେରିବି ବୋଲି ଭାବିଥିଲେ ଗୋବିନ୍ଦ କିନ୍ତୁ ରାସ୍ତାରେ ଏକ ବିରାଟ ହାତି ସହ ମୁହାଁମୁହିଁ ହୁଅନ୍ତି ।
ହାତିଟି ଗୋବିନ୍ଦ କୁ ଦେଖି ପାଖକୁ ଦୌଡ଼ ଆସି ବାମ ଗୋଡ଼ କୁ ଦଳିଦେଇ ଚାଲିଗଲା ହାତି | ଜୀବନ ବିକଳରେ ଦୁଈ କିମି ଗୁରୁଣ୍ଡି ଗୁରୁଣ୍ଡି ଆସିବା ପରେ ଗାଁ ର କିଛି ସ୍ତ୍ରୀ ଲୋକ ମଧ୍ୟ ଆମ୍ବ ଗୋଟାଇବା ପାଇଁ ଆସିଥିଲେ | ଗୋବିନ୍ଦଙ୍କ ଚିକ୍ତାର ଶୁଣି ପାଖକୁ ଦେଖିବା ବେଳକୁ ରକ୍ତ ଜୁଡୁବୁଡୁ ହୋଇ ଚିକ୍ତାର କରୁଛନ୍ତି । ମହିଳା ଦୁଇ ଜଣ ଗ୍ରାମବାସୀଙ୍କୁ ଜଣାଇବା ପରେ ଲୋକମାନେ ପହଞ୍ଚି ଗୋବିନ୍ଦଙ୍କୁ ଉଦ୍ଧାର କରି ଆମ୍ବୁଲାନସ ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | ପରିବାର ଲୋକେ ଏବାବଦରେ ବନ ବିଭାଗକୁ ଅବଗତ କରାଈଥିଲେ ମଧ୍ୟ ବନବିଭାଗର କର୍ମଚାରୀ ଆସିନଥିଲେ । ଏକ ମାସ ହବ ଏଭଳି ହାତୀ ମାନଙ୍କ ଦୌରାତ୍ମା ବଢିଚାଲିଥିବା ବନବିଭାଗ ଜାଣିଥିଲେ ମଧ୍ୟ ଚୁପ ବସିଛି ବନବିଭାଗ |
ଏଠି ପ୍ରଶ୍ନ ଉଠୁଛି ଜଦି ଏକ ମାସ ହବ ହାତି ମାନଙ୍କ ଚଳପ୍ରଚଳ ଅଛି ତେବେ ବନ ବିଭାଗ ତରଫରୁ ଗାଁ ଲୋକଙ୍କୁ ସୁଚନା ଦିଆଜାଇନଥିଲା କାହିଁକି ? କେବଳ ଯେ ବରକୋଳା ବିଟ ନୁହେଁ ଗୁମି ବିଟରେ ମଧ୍ୟ ଦେଖିବାକୁ ମିଳିଛି ହାତୀମାନଙ୍କର ଦୌରାତ୍ମା| କେବେ ଚେତିବ ବନ ବିଭାଗ ଓ ଲୋକଙ୍କ ଜୀବନ ପ୍ରତି ସଜାଗ ରହିବ ତାହାକୁ ସଭିଙ୍କ ଅପେକ୍ଷା । ହାତୀ ଆକ୍ରମଣର ଶିକାର ହୋଇଥିବା ପରିବାରକୁ ତୁରନ୍ତ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
More Stories
ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟସ୍ ପ୍ରତିଯୋଗିତା ଉଦଯାପିତ
କୋଟଗଡ ଅଭୟାରଣ୍ୟ ରେ ବାଘ ଗଣନା କାର୍ଯ୍ୟ ଆରମ୍ଭ
ଓଡ଼ିଶା ପୁଲିସ୍ ଓ ସେନାବାହିନୀରେ ନିଯୁକ୍ତି ପାଇଥିବା ଯୁବକଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ ଶ୍ରୀହରି ନାୟକ