ଲକ୍ଷାଧିକ ରାଜସ୍ୱ ବିନିଯୋଗରେ ନିର୍ମିତ ବିଜୁ ମାର୍କେଟ କମ୍ପ୍ଳେକ୍ସ କାହା ସ୍ୱାର୍ଥରେ ?
କଟକ: 23/11/2021(ରିପୋର୍ଟ: ଅକ୍ଷୟ କୁମାର ସିଂହ): ସରକାର କୋଟି କୋଟି ରାଜସ୍ୱ ବିନିଯୋଗ କରି ଜନସାଧାରଣଙ୍କ ପାଇଁ ଅନେକ ଜନହିତକର ଯୋଜନା କାର୍ଯ୍ୟକାରି କରୁଛନ୍ତି | ଉଦ୍ଦେଶ୍ୟ ସାମାଜିକ ଅର୍ଥନୀତିକୁ ବଢ଼େଇବା | ଫଳ ସ୍ୱରୂପ ଯୁବକ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ଗାଁ’ ଗହଳୀରେ ପ୍ରତିଷ୍ଠା ହୋଇଛି ଅନେକ ମାର୍କେଟ କମ୍ପ୍ଳେକ୍ସ | ହେଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନରେ ଥିବା ନିଶ୍ଚିନ୍ତକୋଇଲି ପଞ୍ଚାୟତର ହାଟଛକରେ ଦୀର୍ଘ 17ବର୍ଷରୁ ବିଜୁ ମାର୍କେଟ କମ୍ପ୍ଳେକ୍ସ ହୋଇଥିଲା | ଏହି ମାର୍କେଟ କମ୍ପ୍ଳେକ୍ସ ଏହି ଅଂଚଳର ବେକାରୀ ଯୁବକମାନଙ୍କୁ ଥଇଥାନ କରିବା ସହ ବେପାର ବାଣିଜ୍ୟ କରି କୁଟୁମ୍ବ ପୋଷିବା ଉଦ୍ଦେଶ୍ୟରେ ସରକାରଙ୍କ ଅନୁଦାନରେ ଲକ୍ଷାଧିକ ରାଜସ୍ୱ ବିନିଯୋଗକରି ଘର ଉପରେ ଘର ନିର୍ମାଣ କରାଯାଇଥିଲା | ଏହି ଘରସବୁ କେତେ ପ୍ରକୃତ କାର୍ଯ୍ୟକାରୀ କରୁଛି ତାର ନଗ୍ନଚିତ୍ର ଦେଖିବାକୁ ମିଳିଛି |
ନିଶ୍ଚିନ୍ତକୋଇଲି ପଞ୍ଚାୟତର ଏହି ମାର୍କେଟ କମ୍ପ୍ଲେକ୍ସ ଲୋକଙ୍କ କାମରେ ଆସୁନଥିଲାବେଳେ ବର୍ତ୍ତମାନ ପୁଣି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ରଙ୍ଗ କରାଯାଇଛି | ଫଟାକାନ୍ଥରେ କାଦୁଅ ଲେସିଲା ପରି ଏହି ଭଗ୍ନ ଅବସ୍ଥାରେ ଥିବା ଗୃହ ଗୁଡିକରେ ଲକ୍ଷାଧିକ ଟଙ୍କାବ୍ୟୟରେ କେବଳ ରଙ୍ଗ କାମ କରା ଯାଇଥିବାର ଦେଖିବାକୁ ମିଳିଛି | ସରକାର କି ମାଲ୍ ଦରିଆ ମେ ଡାଲ୍ ଏହି କଥାଟି ସ୍ପଷ୍ଠ ପ୍ରମାଣ ହୋଇଛି ଏହିଠାରେ | ଯଦି ଆଗାମୀ ଦିନରେ ସରକାର ଏହି ଘଟଣାକୁ ଗୁରୁତର ସହ ନନିଅନ୍ତି, ତେବେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନର ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି |
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …