ଆବାସ ଯୋଜନାର ନଗ୍ନ ଚିତ୍ରରେ ଦଶପଲ୍ଲା ……. - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଆବାସ ଯୋଜନାର ନଗ୍ନ ଚିତ୍ରରେ ଦଶପଲ୍ଲା …….

In the nude picture of the housing scheme, Dasapalla ....
Spread the love
ADVERTISEMENT
ADVERTISEMENT

ଆବାସ ଯୋଜନାର ନଗ୍ନ ଚିତ୍ରରେ ଦଶପଲ୍ଲା …….

ଦଶପଲ୍ଲା: 29/11/2021(ରତ୍ନାକର ହୋତା): ସମସ୍ତଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ମୌଳିକ ଆବଶ୍ୟକତା ଅଟେ । ଏହାକୁ ବାଦ୍‌ ଦେଇ ମଣିଷ ଚଳିବା କଷ୍ଟସାଧ୍ୟ। ଏହି ପ୍ରରିପ୍ରେକ୍ଷୀରେ ଆର୍ଥିକ ଅନଗ୍ରସର ଲୋକମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଆବାସ ଆଦି ବହୁ ଜନହିତକର ଯୋଜନା ପ୍ରଣୟନ କରିଛନ୍ତି । ଏଥିପାଇଁ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇ ଖର୍ଚ୍ଚ କରାଯାଉଛି। ହେଲେ କେଉଁଠି ନା କେଉଁଠ ତ୍ରୁଟି ଯୋଗୁ ଏହି ଯୋଜନାଗୁଡିକ ବାସ୍ତବରେ ବାଟବଣା ହୋଇ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନଥିବା ଦେଖିବାକୁ ମିଳୁଛି।

ADVERTISEMENT

ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଂଚାୟତର ରଥିପୁର ଗ୍ରାମରେ । ଅଧା ଅପନ୍ତରା ଯାଗାରେ ଟାକରା ପ୍ରାଣୀ ଚିକିତ୍ସାଳୟ ପଛପଟେ ଭଂଗା ଦଦରା କୁଡିଆ ଘରେ ଜୀବନ ବିତାଉଛନ୍ତି ବିଧବା, ଅସହାୟା ସୁବାଶିନୀ ଷଡ଼ଙ୍ଗୀ । ଭାବିଥିଲେ ସରକାରଙ୍କ ତରଫରୁ ଆବାସ ଯୋଜନାରେ ଘରଖଣ୍ଡେ ମିଳିବ ବୋଲି କିନ୍ତୁ ଆବାସ ଯୋଜନା ତାଙ୍କ ପାଇଁ ପାଲଟିଛି ସ୍ବର୍ଗର ପାରିଜାତ , କାରଣ ଏଠି ଥିଲା ବାଲାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳୁଥିବା ବେଳେ ,ନଥିବା ଲୋକଙ୍କୁ ସାତସପନ । ଏବେ ପୁଅଟିକୁ ନେଇ ଭଙ୍ଗା ଘରେ ବିତୁଚି ଜୀବନ। 3ବର୍ଷ ହେଲା କେତେ କାହାକୁ ନେହୁରା ହେଇ ହେଇ କେହି ତାଙ୍କ ଗୁହାରି ଶୁଣୁ ନାହାନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇଁ ଦରଖାସ୍ତ କରି ଚାହିଁଛନ୍ତି । ସେ ବର୍ତ୍ତମାନ ରହୁଥିବା ଘରର ଅବସ୍ଥା ନଦେଖିଲେ ବିଶ୍ବାସ କରି ହବନି। କେତେବେଳେ ଭଙ୍ଗା କାନ୍ଥ ମାଡି ବସିଲେ 2 ଟି ଜୀବନ ଅକାଳରେ ଚାଲିଯିବ ତାହା କହିବା ବାହୁଲ୍ୟ ।ତେବେ ତାଙ୍କୁ ତୁରନ୍ତ ଘରଟିଏ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: