NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନ ମଣ୍ଡଳୀରେ ଆଜି ବି କଚ୍ଚା ରାସ୍ତାରେ ଯାତାୟାତ କରୁଛନ୍ତି ଲୋକ

Spread the love
ADVERTISEMENT

ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନ ମଣ୍ଡଳୀରେ ଆଜି ବି କଚ୍ଚା ରାସ୍ତାରେ ଯାତାୟାତ କରୁଛନ୍ତି ଲୋକ

ମାହାଙ୍ଗା : 04/08/2021(ରିପୋର୍ଟ : ଅକ୍ଷୟ ସିଂହ): ନବୀନ ସରକାରଙ୍କ ଅତି ଆଦରର ନେତା ହେଉଛନ୍ତି ପଂଚାୟତରାଜ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା l ଅନେକ ସମୟରେ ବିଭିନ୍ନ ସମ୍ବେଦନଶୀଳ ବିବାଦରେ ଛନ୍ଦି ହୋଇ ମଧ୍ୟ ଆଜି ବି ମାହାଙ୍ଗା ସମେତ ସାରା ଓଡ଼ିଶାରେ ନିଜ ପତିଆରା ବିସ୍ତାର କରିଛନ୍ତି l କିନ୍ତୁ ନିଜ ମାହାଙ୍ଗା ଅଞ୍ଚଳର ଉନ୍ନତି କରିବାରେ ମନ୍ତ୍ରୀ କେଉଁଠି ନା କେଉଁଠି ବିଫଳ ହେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନି l କାରଣ ମାହାଙ୍ଗାର ଏକ ମୁଖ୍ୟ ଗ୍ରାମପଞ୍ଚାୟତ ଭଦ୍ରେଶ୍ୱରର ଗୋବିନ୍ଦ ପୁର ଗ୍ରାମ ତିନି ନମ୍ବର ୱାର୍ଡ ରେ ଆଜି ବି ଲୋକ ପକ୍କା ରାସ୍ତାରୁ ବଞ୍ଚିତ ହୋଇଛନ୍ତି l ସେଠାକାର ଗ୍ରାମବାସୀମାନେ ଆଜି ବି କଚ୍ଚା ମାଟି ରାସ୍ତାରେ ଯାତାୟାତ କରୁଛନ୍ତି l

ଏଭଳି ଅବସ୍ଥା ରେ ଗ୍ରାମବାସୀ ବାରମ୍ବାର ମନ୍ତ୍ରୀ ପ୍ରତାପ ଜେନାଙ୍କୁ ରାସ୍ତା କାମ ପାଇଁ ଅନୁରୋଧ କଲେ ମଧ୍ୟ ମନ୍ତ୍ରୀ ଦେଉଛନ୍ତି ମିଛ ପ୍ରତିଶୃତି l

ଫଳରେ ଗ୍ରାମବାସୀ ମନ୍ତ୍ରୀ ଙ୍କ ଉପରେ ଖପ୍ପା ହୋଇ ଆଗାମୀ ନିର୍ବାଚନ ରେ ଭୋଟ ବର୍ଜନ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି l

ADVERTISEMENT
ADVERTISEMENT
%d bloggers like this: