ବେଆଇନ୍ ଗୋରୁ ମାଂସ ଚାଲାଣ, ଦେବସେନାର ଚଢ଼ାଉ |
ମାହାଙ୍ଗା : 25/08/2021(ରିପୋର୍ଟ :ଅକ୍ଷୟ କୁମାର ସିଂହ): ବେଆଇନ୍ ଗୋରୁ କଟା ସ୍ଥାନରେ ଦେବସେନାର ଚଢ଼ାଉ l ପୋଲିସ୍ ର ତଦନ୍ତ l ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜୟରାମପୁର ପଞ୍ଚାୟତ ରସୁଲପୁର ଗ୍ରାମରେ l ମାହାଙ୍ଗା ଭଉଁରିଆ ଅଞ୍ଚଳର ଜଣେ ଗୋ ମାଫିଆ ରସୁଲପୁର ଗ୍ରାମରେ ଶହ ଶହ ଗାଈଗୋରୁ , ବାଛୁରୀ ,ଷଣ୍ଢ କୁ କାଟି ମାଂସ ଚାଲାଣ କରେ l ଏପରିକି ଏକ ଟାଟା ଏସି ଗାଡ଼ିରେ ମାଂସ ଲୋର୍ଡକରି ଫେରାର କରିଦେଇଛି ଗୋ ମାଫିଆ l ତେବେ ଏହି ଖବର ଜାଣିଲା ପରେ ଦେବସେନାର ଟିମ ରସୁଲପୁର ଅଞ୍ଚଳରେ ପହଂଚି ଛାନଭିନ୍ନ କରିଥିଲା l
ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଳାଇଛି l ଏପରିକି ଗୋରୁ କଟା ଯାଇଥିବା ସ୍ଥାନରେ କେଉଁଠି ବ୍ଲଡ ପଡ଼ିଛି ତ ଆଉ କେଉଁଠି ଖାଲ ଖୋଳାଯାଇ ଗୋରୁର ଅବଶିଷ୍ଟ ଅଂଶକୁ ପୋତି ଦିଆଯାଇଛି l ତେବେ ଦୁର୍ଗନ୍ଧ ନ ହେବା ପାଇଁ ସେହି ସ୍ଥାନରେ ବ୍ଲିଚିଂ ପକାଯାଇଚି l ଏପଟେ କିଛି ମୁସିଲିମ୍ ସମ୍ପ୍ରଦାୟ ଲୋକେ ଏହି ବେଆଇନ୍ ଗୋରୁ କଟାକୁ ବିରୋଧ କରିବା ସହ ତାଙ୍କ ପରିବାର ଦୁର୍ଗନ୍ଧରେ ଅତିଷ୍ଠ ହେଉଥିବା ଅଭିଯୋଗ କରିଛନ୍ତି l ତେବେ ପୋତା ଯାଇଥିବା ସ୍ଥାନକୁ ଯଦି ପୋଲିସ ଖୋଳିବ ତେବେ ସମସ୍ତ ସତ୍ୟକଥା ପ୍ରକାଶ ପାଇ ପାରିବ l
ଏପଟେ ଦେବସେନା ପକ୍ଷରୁ ଥାନାରେ ଏତଲା ଦିଆ ଯାଇଛି l ତେବେ ବଡ଼ ପ୍ରଶ୍ନ ପୋଲିସ୍ ସଠିକ ଭାବେ ତଦନ୍ତ କରୁନାହିଁ ଯାହାକି ସେହି ଅଞ୍ଚଳରେ ବାରମ୍ବାର ବେଆଇନ୍ ଗୋରୁ କଟା ଯାଇ ମାଂସ ଚାଲାଣ ହେଉଛି l ଏପରିକି ପୋଲିସ ଇଙ୍ଗିତରେ ବେଆଇନ୍ ଗୋର ଚାଲାଣ ଠାରୁ ଆରମ୍ଭ କରି ଗୋ ମାଂସ ଚାଲାଣର ପେଣ୍ଠସ୍ଥଳୀ ପାଲଟିଛି ରସୁଲପୁର ଗ୍ରାମ l କେବଳ ରସୁଲ ପୁର ନୁହେଁ ବରଂ ମାହାଙ୍ଗା ଅଞ୍ଚଳର ଜୟପୁର ଓ ଭାଇଁରିଆରେ ମଧ୍ୟ ସମାନ ପରିସ୍ଥିତି l ତେବେ ପୋଲିସ ଠାରୁ ଆରମ୍ଭ କରି ବଡ଼ବଡ଼ିଆ ମାନଙ୍କୁ ଗୋ ମାଫିଆ ମାନେ ଭଲ ମୁନାଫା ଦେଇ ବେଆଇନ ଗୋ ଚାଲାଣ ଓ ଗୋ ମାଂସ ଚାଲାଣ କରିବାକୁ ପଛାଉ ନାହାଁନ୍ତି ବୋଲି ଶୁଣିବାକୁ ମିଳୁଛି l
More Stories
ପାରିବାରିକ କଳହର କରୁଣ ପରିଣତି : ଚାରି ବର୍ଷର ଶିଶୁ କନ୍ୟା କୁ ହତ୍ୟା କଲା ଜନ୍ମ କଲା ମା
ମାର୍କଫେଡର ପୂର୍ବତନ ଆଞ୍ଚଳିକ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ
ଗୋରୁ ବୋଝେଇ ଯାନକୁ ପୋଲିସ ଜବତ କରିଛି: ମୁଖ୍ୟ ଅଭିଯୁକ୍ତ ଫେରାର!